ଭୁବନେଶ୍ବର: ସୋମବାର ନେତାଜୀ ସଂଗ୍ରହାଳୟ ଆସି ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଛନ୍ତି ଇଣ୍ଡୋ-ତିବ୍ଦତାନ ବର୍ଡର ପୋଲିସ (ଆଇଟିବିପି)ର ପ୍ରାୟ 45 ସୁରକ୍ଷାକର୍ମୀ । ପରିଦର୍ଶନ ସମୟରେ ନେତାଜୀଙ୍କ ଜନ୍ମ ସ୍ଥାନରେ ଥିବା ବଗିଚାକୁ ସଫା କରିଥିଲେ ।
ଡେପ୍ୟୁଟି କମାଣ୍ଡାଣ୍ଟ ତାପସ ନିୟୋଗିଙ୍କ ନେତୃତ୍ୱରେ ଆସିଥିବା ଏହି ସୁରକ୍ଷାକର୍ମୀମାନେ ପ୍ରଥମେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପକାଇଥିଲେ । ପରେ ନେତାଜୀଙ୍କ ସଂଗ୍ରହାଳୟ ବୁଲି ଦେଖିଥିଲେ ଆଇଟିବିପି ଯବାନ । ତେବେ ଆଜାଦ ହିନ୍ଦ ଫୌଜ ଗଠନ କରିଥିବା ଏହି ବ୍ୟକ୍ତିତ୍ୱଙ୍କ ଜନ୍ମସ୍ଥାନ ଆସି ନିଜକୁ ଗର୍ବିତ ଅନୁଭବ କରିଥିବା ଡେପ୍ୟୁଟି କମାଣ୍ଡାଣ୍ଟ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ