ETV Bharat / state

Sarakana Cooperative Society Corruption: ଆରମ୍ଭ ହେଲା ତଦନ୍ତ

author img

By

Published : May 5, 2022, 11:36 AM IST

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ସରକଣା ସେବା ସମବାୟ ସମିତିରେ ଦୁର୍ନୀତିର ଘଟଣା । ଏନେଇ ସମବାୟ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ସରକଣା ସେବା ସମବାୟ ସମିତିରେ ଦୁର୍ନୀତିର ଘଟଣା; ଦୁଇ ଅଧିକାରୀ ଆରମ୍ଭ କଲେ ତଦନ୍ତ

ନିଆଳି: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ସରକଣା ସେବା ସମବାୟ ସମିତିରେ ଦୁର୍ନୀତି ଘଟଣା । ମଣ୍ଡିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏନେଇ ବୁଧବାର ସମବାୟ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

ଚଳିତ ଖରିଫ ଋତୁରେ ପଞ୍ଚିକୃତ ଚାଷୀଙ୍କ ସଂଖ୍ୟା କେତେ ଥିଲା ? ନିର୍ଦ୍ଧାରିତ ଟାର୍ଗେଟ ପରିମାଣ କେତେ ଥିଲା ? କେତେ ଚାଷୀ ଟୋକନ ପାଇଥିଲେ ସୁଦ୍ଧା ଧାନ ଦେଇ ପାରିନଥିଲେ ସେ ସମ୍ପର୍କରେ ପଚରାଉଚରା କରାଯାଇଥିଲା । ଏଥିସହିତ ପୋଖରୀ,ଜମି ଦର୍ଶାଇ ଏବଂ ଗୋଟିଏ ପ୍ଲଟରେ ଏକାଧିକ ଚାଷୀ ଧାନ ବିକ୍ରି କରିବା ଅଭିଯୋଗ ସମ୍ପର୍କରେ ସମ୍ପାଦକ ଭାଗ୍ୟଧର ମହାନ୍ତିକୁ ପଚାର ଉଚରା କରିଥିଲେ ତଦନ୍ତକାରୀ ଅଧିକାରୀ ।

ତଦନ୍ତ ବେଳେ ସମ୍ପାଦକ ଅଧିକାରୀଙ୍କୁ କିଛି କାଗଜପତ୍ର ହସ୍ତାନ୍ତର କରଥିବା ବେଳେ ଆଉ କିଛି କାଗଜପତ୍ର ଦର୍ଶାଇ ପାରି ନଥିଲେ । ତଦନ୍ତ ସମୟରେ ସେବା ସମବାୟ ସମିତି ବିରୋଧରେ ଅଭିଯୋଗ ଆଣିଥିବା ପୂର୍ବତନ ସମିତି ସଭ୍ୟ ନାରାୟଣ ସାହୁଙ୍କ ସହିତ ପୁରଣ ପ୍ରଧାନ ଓ ସରକଣା ପଞ୍ଚାୟତର ଅନେକ ଚାଷୀ ଉପସ୍ଥିତ ରହି ନିଜସ୍ବ ମତ ରଖିଥିଲେ । ଉପସ୍ଥିତ ଚାଷୀମାନେ ନିରପେକ୍ଷ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହାସହ ତଦନ୍ତ ଆଳରେ ମଣ୍ଡି ବନ୍ଦ କରା ନ ଯିବା ଏବଂ ଟାର୍ଗେଟ ପରିମାଣ ଅଧିକ ବୃଦ୍ଧି କରାଯିବା ନେଇ ଏକ ଦାବିପତ୍ର ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।

ତଦନ୍ତକାରୀ ଅଧିକାରୀ ଅଭିଯୋଗ ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉକି ଗତ ୨୨ରେ ସରକଣା ପଞ୍ଚାୟତର ଚାଷୀମାନେ ମଣ୍ଡିରେ ଧାନ କିଣା ଅନିୟମିତତା ନେଇ ପ୍ରତିବାଦ କହିଥିଲେ । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ସହ ସମବାୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.