କଟକ: ଅନିଶ୍ଚିତତା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମ୍ୟାଚ । ଆସନ୍ତା ଡିସେମ୍ବର 22ରେ ଏହି ଏକ ଦିବସୀୟ ମ୍ୟାଚ ହେବାକୁ ଥିବା ବେଳେ ବର୍ତ୍ତମାନର ସ୍ଥିତି ଦେଖିଲେ ପ୍ରସ୍ତୁତିକୁ ନେଇ ଉଠୁଛି ପ୍ରଶ୍ନ । ଫନି ପରେ ସୁଧୁରିନି ଷ୍ଟାଡିୟମର ଚିତ୍ର । ଦେଖିଲେ ଲାଗିବନି ଏହା ବାରବାଟୀ ଷ୍ଟାଡିୟମ । ନା ଅଛି ଫ୍ଲଡ଼ ଲାଇଟ, ନା ଅଛି ଗ୍ୟାଲେରୀର ଛାତ । କହିବାକୁ ଗଲେ ଜରାଜୀର୍ଣ୍ଣ ହୋଇପଡିଛି ବାରଵାଟୀ । ତେବେ ଏହି ଅଵସ୍ଥା ପାଇଁ କେବଳ ଓସିଏ କର୍ତ୍ତୃପକ୍ଷ ଦାୟୀ ବୋଲି କହିଛନ୍ତି କ୍ରୀଡ଼ାବୀତ ବ୍ରଜ ନନ୍ଦ ।
ଅନ୍ୟପଟେ ଯଦି ଏହି ମ୍ୟାଚ ବାରଵାଟୀ ଷ୍ଟାଡିଅମରେ ହୁଏ ତେବେ ଆଗାମୀ ଯୁବପିଢ଼ି ବେଶ କିଛି ଶିଖିବାକୁ ପାଇବେ ବୋଲି କହିଛନ୍ତି ପୁର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । ହାତରେ ଆଉ ସମୟ ନାହିଁ । ଶୀଘ୍ର ଓସିଏ କର୍ତ୍ତୃପକ୍ଷ ଷ୍ଟାଡିଅମ ପ୍ରସ୍ତୁତି ଶେଷ କଲେ ଏହି ମ୍ୟାଚକୁ ଓଡିଶାବାସୀ ଦେଖିବାର ସୁଯୋଗ ପାଇବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ