ETV Bharat / state

ଡି ବ୍ରଦର୍ସଙ୍କ ଘରେ ପୋଲିସ, ରିମାଣ୍ଡରେ ଆଣି କରୁଛି ଜେରା

author img

By

Published : Dec 25, 2020, 11:39 AM IST

Updated : Dec 25, 2020, 12:09 PM IST

କଟକ
ଡି ବ୍ରଦର୍ସଙ୍କ ଘରେ ପୋଲିସ

11:30 December 25

ଡି ବ୍ରଦର୍ସଙ୍କ ବାସଭବନରେ ପୋଲିସ, ଉଭୟଙ୍କୁ ରିମାଣ୍ଡରେ ଆଣି କରୁଛି ପଚରାଉଚରା

ଡି ବ୍ରଦର୍ସଙ୍କ ଘରେ ପୋଲିସ, ରିମାଣ୍ଡରେ ଆଣି କରୁଛି ଜେରା

କଟକ: ବନ୍ଧୁକ କାରବାର ଘଟଣାରେ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି କମିଶନରେଟ ପୋଲିସ । ଡି ବ୍ରଦର୍ସଙ୍କ ବାସଭବନକୁ ଉଭୟଙ୍କୁ ଆଣି ଆଜି କରୁଛି ଅଧିକ ତଦନ୍ତ । ଡି ବ୍ରଦର୍ସଙ୍କ ଘର ଚାରିପଡେ ବ୍ୟାପକ ପୋଲିସ ମୁତୟନ ।  

ଗତ 9 ତାରିଖରେ ଧଳସାମନ୍ତଙ୍କ ଘରୁ ଜବତ ହୋଇଥିଲା ବନ୍ଧୁକ । ଘଟଣାରେ ଅଧିକ ତଦନ୍ତ ପାଇଁ 3 ଦିନିଆ ରିମାଣ୍ଡରେ ଦୁଇ ଭାଇଙ୍କୁ ଆଣିଛି କମିସନରେଟ ପୋଲିସ । ସୂଚନାଥାଉକି, ଘରୁ ବନ୍ଧୁକ ଜବତ ମାମଲାରେ ଡ଼ି-ବ୍ରଦର୍ସଙ୍କୁ ଗୁରୁବାର ରିମାଣ୍ଡରେ ନେଇଥିଲା କଟକ କମିଶନରେଟ ପୋଲିସ ।  

ପୋଲିସ ଦୁଇ ଭାଇଙ୍କୁ 5 ଦିନିଆ ରିମାଣ୍ଡ ମାଗିଥିବା ବେଳେ କୋର୍ଟ 3 ଦିନ ରିମାଣ୍ଡର ଅନୁମତି ପ୍ରଦାନ କରିଛନ୍ତି । ଏହାପରେ ସାମୟିକ ଭାବେ ଦୁଇ ଭାଇଙ୍କୁ ଚୌଦ୍ବାର ଜେଲକୁ ନିଆ ଯାଇଥିଲା ଏବଂ ପରେ ଚୌଦ୍ବାର ପୋଲିସ ସେମାନଙ୍କୁ ଜେଲରୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା।  

ଗତ ଡିସେମ୍ବର 9 ତାରିଖ ରାତିରେ ପୋଲିସ ଉଭୟଙ୍କ CDA ଘରେ ଚଢାଉ କରି 8 ଟି ବନ୍ଧୁକ ସହିତ 1095 ରାଉଣ୍ଡ ଗୁଳି ଜବତ କରିଥିଲା। ଏହାସହିତ ତାଙ୍କର ସହଯୋଗୀଙ୍କ ଠାରୁ ମଧ୍ୟ 8ଟି ବନ୍ଧୁକ ଜବତ କରାଯାଇଥିଲା। 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 25, 2020, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.