ETV Bharat / state

ନୂଆବର୍ଷ 2024: ପରମହଂସନାଥଙ୍କ ପୀଠରେ ପ୍ରବଳ ଭିଡ଼, ଶୁଭ ମନାସୁଛନ୍ତି ଶ୍ରଦ୍ଧାଳୁ

Paramahansa Nath Temple: ଆରମ୍ଭ ହୋଇଛି ନୂଆବର୍ଷ । କଟକରେ ବିଭିନ୍ନ ଦେବାଳୟରେ ଜମିଛି ଭକ୍ତଙ୍କ ଭିଡ଼ । ହଜାରେ ବର୍ଷ ପୂରୂଣା ପରମହଂସନାଥଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 1, 2024, 7:29 PM IST

ପରମହଂସନାଥଙ୍କ ପୀଠରେ ପ୍ରବଳ ଭିଡ଼
ପରମହଂସନାଥଙ୍କ ପୀଠରେ ପ୍ରବଳ ଭିଡ଼
ପରମହଂସନାଥଙ୍କ ପୀଠରେ ପ୍ରବଳ ଭିଡ଼

କଟକ: ବଦଳିଛି କ୍ୟାଲେଣ୍ଡର । ୨୦୨୪ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାର ଆଜି ପ୍ରଥମ ଦିନରେ ଆଧ୍ୟାତ୍ମିକ ଢଙ୍ଗରେ ନୂଆ ବର୍ଷ ପାଳିଛନ୍ତି କଟକବାସୀ । ସହରର ସମସ୍ତ ଦେବାଳୟରେ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମନ୍ଦିରରେ ଦେବ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିଛନ୍ତି କଟକବାସୀ । ବିଶେଷକରି ଆଜି ସୋମବାରରେ ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ କଟକ ପରମହଂସନାଥ ଶୈବପୀଠରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସି ଲମ୍ବା ଲାଇନରେ ପ୍ରଭୁଙ୍କ ଦର୍ଶନ କରି ଆଶିଷଲାଭ କରିଥିଲେ ।

ରାଜ୍ୟର ସର୍ବପୁରାତନ ଶୈବପୀଠ ମଧ୍ୟରେ ପରମହଂସନାଥ ମନ୍ଦିର ହେଉଛି ଅନ୍ୟତମ । କୁହାଯାଏ, ରାଜା ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା । ଏହାର ପରମ୍ପରା ମଧ୍ୟ ବେଶ ନିଆରା । ଏଠାରେ ଅନେକ ଅନେକ ପରମ୍ପରା ଆଉ କିମ୍ବଦନ୍ତୀ ମଧ୍ୟ ରହିଛି । ପ୍ରତିଦିନ ରୀତିନୀତି ଅନୁଯାୟୀ ଏଠାରେ ପୂଜା ମଧ୍ୟ କରାଯାଏ । ବିଶ୍ବାସ ରହିଛି ଏହି ମନ୍ଦିରରେ ଯାହା ମାନସିକ କରାଯାଏ, ତାହା ପୂରଣ ହୋଇଥାଏ । କଟକ ମହାନଦୀ ପ୍ରାଙ୍ଗଣରେ ରହିଛି ହଜାର ବର୍ଷର ଏହି ପୁରାତନ ଶୈବପୀଠ ପରମହଂସ ନାଥ ମନ୍ଦିର । ସବୁଠାରୁ ବଡ କଥା ହେଉଛି, ଦେବୋତ୍ତର ବିଭାଗ ଏହି ମନ୍ଦିର ପରିଚାଳନା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷ ୨୦୨୪: ବାବା ରାମେଶ୍ୱରଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ

କଣ ରହିଛି କିମ୍ବଦନ୍ତୀ: ଏହି ପୂରାତନ ମନ୍ଦିରରେ ଅନେକ ଆଲୌକିକତା ରହିଛି । ଏକ ଲୋକକଥା ଅନୁଯାୟୀ ଏହି ମନ୍ଦିରର ଜଣେ ପୁରୋହିତ ମନ୍ଦିର ପୂଜା କରି ପ୍ରତ୍ୟକ ଦିନ ଘରକୁ ଫେରିବା ସମୟରେ ଉଖୁଡ଼ା ଭୋଗ ନେଇ ଘରକୁ ଯାଇ ଥାଆନ୍ତି । ତାଙ୍କୁ ଚିଙ୍ଗୁଡ଼ି ମାଛ ପସନ୍ଦ ଥିବାରୁ ସେ ବାଟରୁ ଚିଙ୍ଗୁଡ଼ି ମାଛ ନେଇଥାନ୍ତି । ଏହି ଖବର ପ୍ରଚାର ହେବାରୁ ରାଜା ଏହାର ସତ୍ୟାସତ୍ୟ ଜାଣିବାକୁ ନିଜେ ଉକ୍ତ ସ୍ଥାନକୁ ଛଦ୍ମବେଶରେ ଯାଇଥିଲେ । ପୁରୋହିତ ଚିଙ୍ଗୁଡ଼ି ଓ ଉଖୁଡ଼ା ଭୋଗ ସାଙ୍ଗରେ ନେଇ ଯାଉଥିବା ସମୟରେ ରାଜାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପ୍ରଭୁ ହଂସନାଥଙ୍କୁ ସ୍ମରଣ କରି ଚିଙ୍ଗୁଡ଼ି, ଉଖୁଡ଼ା ହେଇଯାଉ ବୋଲି କହିଥିଲେ । ସଙ୍ଗେ ସଙ୍ଗେ ଏହା ହିଁ ହୋଇଥିଲା । ଚିଙ୍ଗୁଡ଼ି ଗୁଡ଼ିକ ଉଖୁଡ଼ାରେ ପରିବର୍ତ୍ତନ ହୋଇଯାଇଥିଲା । ବିଶ୍ବାସ ରହିଛି, ପ୍ରଭୁ ପରମହଂସ ନାଥଙ୍କ ପାଖରେ ଯାହା ମାନସିକ କରାଯାଏ, ତାହା ପୂରଣ ହୋଇଥାଏ । ବିଶେଷକରି ଜାଗର ଦିନ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ ।

ତେବେ ଆଜି ଏହି ଅଲୌକିକ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିବାବେଳେ ଏହି ପରମହଂସନାଥ ଶୈବପୀଠରେ ଭକ୍ତଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.