ETV Bharat / state

ନଭେମ୍ବର 12ରୁ ବାଲିଯାତ୍ରା, ପଡିଆ ସଫେଇରୁ ପ୍ରସ୍ତୁତି ଆରମ୍ଭ

ଐତିହାସିକ କଟକ ବାଲିଯାତ୍ରା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ନଭେମ୍ବର 12 ତାରିଖରୁ ଆରମ୍ଭ ହୋଇ 19 ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାରେ ସ୍ବଚ୍ଛତା ଓ ପରିମଳ ଉପରେ ଦିଆଯିବ ଗୁରୁତ୍ବ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କଟକ
author img

By

Published : Oct 15, 2019, 5:43 PM IST

କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ତାରିଖ ଘୋଷଣା । ନଭେମ୍ବର 12 ତାରିଖରୁ ଆରମ୍ଭ ହୋଇ 19 ତାରିଖ ପର୍ଯ୍ୟନ୍ତ 8 ଦିନ ଧରି ଚାଲିବ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରାରେ ସ୍ବଚ୍ଛତା ଓ ପରିମଳକୁ ଗୁରୁତ୍ବ ଦିଆଯିବ । ସେନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଟକ

ଉଭୟ ଉପର ଓ ତଳ ପଡିଆରେ ଆୟୋଜନ ହେବ ବାଲିଯାତ୍ରା । ସମୁଦାୟ 43 ଏକର ଜାଗାରେ ଲାଗିବ ଅନେକ ପ୍ରକାରର ଷ୍ଟଲ । ତେବେ 8 ଦିନ ଧରି ଚାଲିବାକୁ ଥିବା ବାଲିଯାତ୍ରା ପାଇଁ ଶୌଚାଳୟ ନିର୍ମାଣ ଓ ପଲିଥିନ୍ ମୁକ୍ତ ଡାକରା ଦେଇଛି ମହାନଗର ନିଗମ । ଏଥିପାଇଁ କମ ସମୟ ଥିବାରୁ ସୋମବାର ଠାରୁ ପଡିଆ ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତେବେ ମେଳା ଦେଖିବାକୁ ଆସୁଥିବା ଲୋକଙ୍କୁ ଯେପରି କୌଣସି ସମସ୍ୟାର ସାମନା କରିବାକୁ ନପଡେ ସେ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଅସନ୍ତା ମାସ 12 ରୁ ଆରମ୍ଭ ହୋଇ 19 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଐତିହାସିକ ବାଲିଯାତ୍ରା । ଯେଉଁଥିରେ କେବଳ ସ୍ୱଚ୍ଛତା ଓ ପରିମଳ ଉପରେ ଗୁରୁତ୍ୱ ଦିଆଯିବ । ତେବେ ହାତରେ ଆଉ କମ ସମୟ ଥିବାରୁ ଏହା ଜିଲା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Body:ଭିଓ୧: ଐତିହାସିକ ବାଲିଯାତ୍ରା ପାଇଁ ଧାର୍ଯ୍ୟ ହେଲା ତାରିଖ । ଆସନ୍ତା ମାସ 12 ତାରିଖ ରୁ ଆରମ୍ଭ ହୋଇ 19 ତାରିଖ ରେ ଶେଷ ହେବ ବାଲିଯାତ୍ରା । କିପରି ଚଳିତବର୍ଷ ବାଲିଯାତ୍ରା କୁ ସମ୍ପୂର୍ଣ୍ଣ ରପେ ସ୍ୱଚ୍ଛ ପରିମଳ ଆଖ୍ୟା ଦିଆଯାଇପାରିବ । ସେନେଇ ଜିଲାପାଳ କାର୍ଯ୍ୟାଳୟ ରେ ବସିଲା ରୁଦ୍ଧଦ୍ୱାର ବୈଠକ । ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ସିଧାସଳଖ ଆଲୋଚନା କଲେ ଜିଲାପାଳ ଭବାନୀ ଶଙ୍କର ଚୟିନୀ । ତେବେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ରେ ସମୁଦାୟ 43 ଏକର ଜାଗା ରେ ଲାଗିବ ଅନେକେ ଷ୍ଟଲ । ଯାହାକୁ ଉପଭୋଗ କରିବେ ଦର୍ଶକ ବୋଲି କହିଛନ୍ତି ଜିଲାପାଳ ।

ବାଇଟ: ଭବାନୀ ଶଙ୍କର ଚୟିନୀ( ଜିଲାପାଳ କଟକ)

ଭିଓ୨: ଅନ୍ୟପଟେ ଏହି 8 ଦିନ ଧରି ଚାଲିବାକୁ ଥିବା ବାଲିଯାତ୍ରା ରେ ମୁଖ୍ୟ ଅନେକ ଶୌଚାଳୟ ନିର୍ମାଣ ଓ ପଲିଥିନ ମୁକ୍ତ ର ଡାକରା ଦେଇଛି ମହାନଗର ନିଗମ । ତେବେ ବାଲିଯାତ୍ରା କୁ ଆଉ ଅକ୍ପ ଦିନ ବାକିଥିଲା ବେଳେ ଗତକଲିଠୁ ପଡିଆ କୁ ସଫା କରିଛନ୍ତି କର୍ମଚାରୀ । ମୋଟ ଉପରେ କହିବାକୁ ଗଲେ ଚଳିତବର୍ଷ ବାଲିଯାତ୍ରା ରେ ଲୋକେ ଅସୁବିଧା ର ସମ୍ନା କରିବେନି ବୋଲି କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।

ବାଇଟ: ଅନନ୍ୟା ଦାସ( ସିଏମସି କମିଶନର)

Conclusion:ଫାଭିଓ : ତେବେ ଦେଖିବାକୁ ବାକି ରହିଲା । କି ଗତବର୍ଷ ପରି ଯଦି ଜମି ବିବାଦା ସମ୍ନା କୁ ଆସେ ତେବେ ଅନେକ ବ୍ୟବସାୟୀ ସେମାନଙ୍କ ଷ୍ଟଲ ପକେଇବା ରେ ବିଫଳ ହେବେ ଓ ମନ ଦୁଖ ରେ ନିଜ ଘରକୁ ବାହୁଡ଼ି ଯିବେ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.