ETV Bharat / state

ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ ପୈଠ ନୋଟିସ ଘଟଣା, GST ଅଧିକାରୀଙ୍କୁ ହାଇକୋର୍ଟଙ୍କ କଡା ତାଗିଦ୍ - ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ

ସର୍ଭିସ୍ ଟ୍ୟାକ୍ସ/ଜିଏସଟିରୁ ଆଇନଜୀବୀଙ୍କୁ ବାଦ ଦିଆଯାଇଥିବା ବେଳେ ଅନେକ ସମୟରେ ସେମାନଙ୍କୁ ଏଥିପାଇଁ ନୋଟିସ୍ ଜାରି କରାଯାଇ ହଇରାଣ କରାଯାଉଛି । ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ହାଇକୋର୍ଟ
ହାଇକୋର୍ଟ
author img

By

Published : Apr 9, 2021, 7:04 AM IST

କଟକ: ସର୍ଭିସ୍ ଟ୍ୟାକ୍ସ/ଜିଏସଟିରୁ ଆଇନଜୀବୀଙ୍କୁ ବାଦ ଦିଆଯାଇଥିବା ବେଳେ ଅନେକ ସମୟରେ ସେମାନଙ୍କୁ ଏଥିପାଇଁ ନୋଟିସ୍ ଜାରି କରାଯାଇ ହଇରାଣ କରାଯାଉଛି । ଏଭଳି ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ସର୍ଭିସ୍ ଟ୍ୟାକ୍ସ/ ଜିଏସଟି ପଇଠ ପାଇଁ ଆଇନଜୀବୀଙ୍କୁ ନୋଟିସ୍ ଜାରି ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜିଏସଟି ପୈଠ ପାଇଁ ଆଇନଜୀବୀଙ୍କୁ ନୋଟିସ୍ ଜାରି ନ କରିବାକୁ ଓଡ଼ିଶା ଜିଏସ୍‌ଟି କମିସନରେଟର ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶନନାମା ଜାରି କରିବେ ହାଇକୋର୍ଟ । ମୁଖ୍ୟ ବିଚାରପତି ଡ଼ ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଡି.ପି. ତ୍ରିପାଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସମୟରେ ଜିଏସଟି କମିସନରଙ୍କ ଏପରି ନିର୍ଦ୍ଦେଶନାମାର କପି ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ଶୁଣାଣି ସମୟରେ ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍ ପ୍ରମୁଖ କମିସନରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ମାଧ୍ୟମରେ ଜବାବ ରଖିଥିଲେ।

ଜବାବରୁ ସ୍ପଷ୍ଟ ହୋଇଥିଲା ଯେ ଆବେଦନକାରୀ ହାଇକୋର୍ଟର ଜଣେ ଆଇନଜୀବୀ ହୋଇଥିବା ନେଇ ତାଙ୍କ ‘ପାନ୍‌’ରୁ ସୂଚନା ମିଳିବା ପରେ ତାଙ୍କ ବିରୋଧରେ ସର୍ଭିସ୍ ଟ୍ୟାକ୍ସ/ଜିଏସଟି ପଇଠ ସମ୍ପର୍କିତ ମାମଲା ବନ୍ଦ କରାଯାଇଥିଲା । ୨୦୧୨, ଜୁନ୍ ୨୦ର ବିଜ୍ଞପ୍ତି ଅନୁସାରେ ଆଇନସେବା ପ୍ରଦାନ କରୁଥିବା ଜଣେ ବ୍ୟକ୍ତିଗତ ଶ୍ରେଣୀଭୁକ୍ତ ଆଇନଜୀବୀ ସର୍ଭିସ୍ ଟ୍ୟାକ୍ସ ପରିସର ବାହାରେ । ମାମଲାର ଶୁଣାଣି ସମୟରେ ଉପସ୍ଥିତ ଥିବା ଅନ୍ୟ କେତେକ ଆଇନଜୀବୀ ମଧ୍ୟ ଏଭଳି ନୋଟିସ୍ ପାଇଥିବା କହିଥିଲେ। ଆଇନଜୀବୀମାନେ ଏଭଳି କର ବ୍ୟବସ୍ଥାରୁ ଛାଡ଼ ପାଇଥିବା ନିୟମ ସଂକ୍ରାନ୍ତରେ ଭଲ ଭାବେ ଅବଗତ ଥାଇ ମଧ୍ୟ ଜିଏସଟି କମିସନରେଟ୍ ପକ୍ଷରୁ ଏପରି ନୋଟିସ୍ ଜାରି କରାଯାଉଛି । ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହିତ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.