ETV Bharat / state

OBC ସଂରକ୍ଷଣ ନେଇ କଂଗ୍ରେସର ମାମଲା, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

author img

By

Published : Jan 20, 2022, 8:01 AM IST

ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟରେ କଂଗ୍ରେସର ମାମଲା । ହସ୍ତକ୍ଷେପ ପାଇଁ ମନା କଲେ କୋର୍ଟ । ଅଧିକ ପଢନ୍ତୁ

OBC ସଂରକ୍ଷଣ ନେଇ କଂଗ୍ରେସର ମାମଲା, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ
OBC ସଂରକ୍ଷଣ ନେଇ କଂଗ୍ରେସର ମାମଲା, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ଆସନ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଘଟଣାକୁ ବିଚାରକୁ ନେଇ ହାଇକୋର୍ଟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଆବେଦନକାରୀ ଚାହିଁଲେ ନିର୍ବାଚନ ଶେଷ ହେବା ପରେ ଆଇନ ଅନୁସାରେ ପଦକ୍ଷେପ ନେଇ ପାରିବେ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୂରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦେଶ କଂଗ୍ରେସ କମିଟି ଆବେଦନର ଶୁଣାଣି କରି କହିଛନ୍ତି । ଏଥିସହିତ ଖଣ୍ଡପୀଠ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି ।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ନ ରହିବା ଘଟଣାକୁ କଂଗ୍ରେସ ତୀବ୍ର ବିରୋଧ କରିଥିଲା । ଏହି ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଓବିସି ସେଲ ଅଧ୍ୟକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ସଂଶୋଧିତ ସଂରକ୍ଷଣ ତାଲିକାକୁ ବେଆଇନ ଓ ଅସମ୍ବାଧିନକ ବୋଲି ଆବେଦନରେ ଦର୍ଶାଯାଇଥିଲା । ପଛୁଆ ବର୍ଗଙ୍କ ଆସନ ସଂରକ୍ଷଣ ପ୍ରସଙ୍ଗରେ ସରକାର କେବଳ ଏକ କମିଶନ ବସାଇ ଚୁପ୍ ବସିଛନ୍ତି । ସ୍ଥାନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ନାହିଁ ବୋଲି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ସରକାର ସାନି ଚିଠା ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ହାଇକୋର୍ଟଙ୍କୁ କହିଥିଲେ । ସରକାରଙ୍କ ଏଭଳି ଆଭିମୁଖ୍ୟ ଉପରେ ହାଇକୋର୍ଟ କିଛି ମତ ଦେଇ ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂଶୋଧିତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରାଯାଇଛି ବୋଲି ସରକାର କହୁଛନ୍ତି ଯାହା କି ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.