ETV Bharat / state

ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ, ଜିଲ୍ଲା ଗଠନ ପାଇଁ ଜରୁରୀ ହାଇକୋର୍ଟଙ୍କ ଅନୁମତି - ଓଡି଼ଶା ହାଇକୋର୍ଟ

High Court On New District Creation: ହାଇକୋର୍ଟଙ୍କ ବିନା ଅନୁମତିରେ ଘୋଷଣା ହୋଇପାରିବ ନାହିଁ ନୂଆ ଜିଲ୍ଲା । ରୋକ୍ ଲଗାଇଲେ ହାଇକୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 22, 2023, 9:26 AM IST

Updated : Dec 22, 2023, 7:12 PM IST

ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ

କଟକ: ହାଇକୋର୍ଟଙ୍କ ବିନା ଅନୁମତିରେ ଘୋଷଣା ହୋଇପାରିବନି ନୂଆ ଜିଲ୍ଲା । ରାଜ୍ୟରେ ନୂତନ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ । ଉଚ୍ଚ ଅଦଲାତଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଏନେଇ ଗୁରୁବାର ହାଇକୋର୍ଟ ଏକ ରାୟରେ ସ୍ପଷ୍ଟ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ସାଧନ ଲକ୍ଷ୍ୟରେ ଜିଲ୍ଲା ଗଠନ ହେଉଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ଉକ୍ତ ମାମଲାର ଶୁଣାଣି କରି ଏପରି ଅଙ୍କୁଶ ଲଗାଇଛନ୍ତି କୋର୍ଟ । ଏଥିସହ ମାମଲାରେ ବିଭିନ୍ନ ପକ୍ଷକୁ ନୋଟିସ ଜାରି କରିଛନ୍ତି ।

ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ନୂଆ ଜିଲ୍ଲା ଗଠନ କରିବା ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରୁଥିବା ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି । ଏହି ମାମଲାକୁ କୋର୍ଟ ଗ୍ରହଣ କରିବା ସହ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । କୋର୍ଟ କହିଛନ୍ତି ଯେ, ନୂଆ ଜିଲ୍ଲା ଗଠନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିପାରିବେ ମାତ୍ର କୋର୍ଟଙ୍କ ବିନା ଅନୁମତିରେ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଖୁବ ଶୀଘ୍ର ! ଜିଲ୍ଲା ମୁଖ୍ୟାଳୟ ସ୍ଥାନ ଚିହ୍ନଟ କଲେ ଆର୍‌ଡିସି

ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଆବେଦନ ଶୁଣାଣି କରି କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପଦ୍ମପୁର ଉପଖଣ୍ଡ ଜିଲ୍ଲା ମାନ୍ୟତା ପ୍ରସଙ୍ଗକୁ ଝଟକା ଲାଗିଛି । ସବୁଠାରୁ ବଡ଼ କଥା ହେଉଛି ନୂଆ ଜିଲ୍ଲା ଗଠନ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଗାଇଡ଼ଲାଇନ୍‌ ବା ନିୟମ ନଥିବା ଜଣାପଡ଼ିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ଉପନିର୍ବାଚନ ସମୟରେ ରାଜ୍ୟ ସରକାର ଏହି ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଏବେ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି । ସେପଟେ ରାଇରଙ୍ଗପୁରକୁ ଜିଲ୍ଲା କରିବା ପାଇଁଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି । ଏପରିସ୍ଥଳେ ସରକାର ରାଇରଙ୍ଗପୁର ଦାବିକୁ ବିଚାରକୁ ନନେଇ ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବାରୁ ଆବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Dec 22, 2023, 7:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.