ETV Bharat / state

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା; ୪ ପକ୍ଷଙ୍କୁ ନୋଟିସ, ଅଗଷ୍ଟ ୭ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ୪ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ଅଗଷ୍ଟ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ।

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା
ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା
author img

By

Published : Jul 5, 2023, 4:15 PM IST

ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା

କଟକ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ୪ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ମନ୍ଦିର ପରିଚାଳନା କମିଟି ଅଧକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍‌ଆଇ ଡିଜି ଓ ଅଧିକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ଅଗଷ୍ଟ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଅଗଷ୍ଟ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ନେଇ ରାଜନୀତି ତଜିଥିବା ବେଳେ ଏହାକୁ ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ପ୍ରାର୍ଥନା କରିଛନ୍ତି । ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରସ୍ତାବିତ ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ସେ ଆବେଦନ କରିଛନ୍ତି । ରତ୍ନଭଣ୍ଡାରର ଚାବି ହଜାଇଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ସହ ସିବିଆଇ ଦ୍ବାରା ତଦନ୍ତ କରିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ଘୋଷଣା କର: ବିଜୟ ମହାପାତ୍ର

ହାଇକୋର୍ଟର ବୈଷୟିକ କମିଟି ଏବଂ ASI ଚିଠି ସତ୍ତ୍ଵେ ରତ୍ନଭଣ୍ଡାର ମରାମତି ନକରି ଏହାକୁ ବିପଦଶଙ୍କୁଳ ଅବସ୍ଥାରେ ରଖିବା କାରଣରୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ଵାରା ତଦନ୍ତ କରିବା ପାଇଁ ପ୍ରାର୍ଥନା କରିଛନ୍ତି ସମୀର ମହାନ୍ତି । ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ASI, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେପଟେ ରତ୍ନଭଣ୍ଡାର ଚାବି ହଜିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନକୁ ନେଇ ରାଜ୍ୟରେ ବିରୋଧୀ ଶାସକ ଦଳ ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ମନ୍ତ୍ରୀ କହିଥିଲେ ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ । ତେବେ ଖୋଦ ଆଇନ ମନ୍ତ୍ରୀଙ୍କ ଏଭଳି ବେପରୁଆ ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.