ETV Bharat / state

ସାହା ହୁଅ ସରକାର: କ୍ୟାନ୍ସର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ଲକ୍ଷ୍ମୀଧରଙ୍କ ପରିବାର - family seeking help

ଏକାସାଙ୍ଗରେ ପାରାଲିସିସ୍ ଓ କର୍କଟ ଭଳି ଦୁରାରୋଗର ଶୀକାର ହୋଇ ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି ଲକ୍ଷ୍ମୀଧର । ଏଭଳି ସ୍ଥିତିରେ ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସରପଞ୍ଚ ଓ ଗ୍ରାମବାସୀ । ଅଧିକ ପଢନ୍ତୁ

helpless family seeking government help
ଲକ୍ଷ୍ମୀଧରଙ୍କୁ ସହାୟତା ପାଇଁ ନିବେଦନ
author img

By ETV Bharat Odisha Team

Published : Sep 21, 2023, 5:50 PM IST

ଲକ୍ଷ୍ମୀଧରଙ୍କୁ ସହାୟତା ପାଇଁ ନିବେଦନ

ନିଆଳି: ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଲକ୍ଷ୍ମୀଧର । ସେ ଏକାସାଙ୍ଗରେ ପାରାଲିସିସ୍ ଓ କର୍କଟ ଭଳି ଦୁରାରୋଗର ଶିକାର ହୋଇ ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି । ସେପଟେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଶାନ୍ତିଲତା ମଧ୍ୟ ଆଣ୍ଠୁଗଣ୍ଠି ରୋଗରେ ଆକ୍ରାନ୍ତ । ଓଳିଏ ଚୁଲି ଚଳିଲେ ଆଉ ଓଳିଏ ରୋଷେଇ ବନ୍ଦ ରହୁଛି । ବହୁ କଷ୍ଟ ଓ ଦୁଃଖରେ ଅସହାୟ ଜୀବନ କାଟୁଛନ୍ତି କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତ ସାନମଳେଇ ଗାଁ ୭ ନମ୍ବର ୱାର୍ଡର ଏହି ପରିବାର । ଏଭଳି ସ୍ଥିତିରେ ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଜରୁରୀ ହୋଇପଡିଛି ।

ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି । ସରପଞ୍ଚ ସଞ୍ଜୟ କୁମାର ରାଉତରାୟ କହିଛନ୍ତି, "ମୁଁ ଏଭଳି ଦୁଃଖଦ ଘଟଣା ବିଷୟରେ ଜାଣିବା ପରେ ଅନଲାଇନ ମାଧ୍ୟମରେ ଆବେଦନ କଲି । ମଧୁବାବୁ ପେନସନ୍ ଯୋଜନାରେ ଶାନ୍ତିଲତାଙ୍କୁ ସାମିଲ କରି ତାଙ୍କ ପ୍ରାପ୍ୟ ପ୍ରଦାନ କରିଛି । ଏହି ପରିବାରକୁ ସହାୟତା କରିବା ପାଇଁ ଏନଜିଓ ମାନଙ୍କୁ ମଧ୍ୟ ନିବେଦନ କରୁଛୁ ।"

ଦୀର୍ଘ ବର୍ଷ ଧରି ଦୁରାରୋଗରେ ପୀଡ଼ିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲକ୍ଷ୍ମୀଧର ମଲ୍ଲିକ । ପତ୍ନୀ ଶାନ୍ତିଲତା ମଧ୍ୟ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବାବେଳେ ସ୍ୱାମୀଙ୍କ ସେବା ସହ ଘରର ସମସ୍ତ ଦାୟତ୍ବ ତୁଲାଇବା ତାଙ୍କ ପକ୍ଷେ ମଧ୍ୟ ମୁସ୍କିଲ ହୋଇପଡୁଛି । ପଡୋଶୀଙ୍କ ସହାୟତାରେ ସେମାନେ ଓଳିଏ ଖାଇ ଓଳିଏ ଉପାସ ରହି ଜୀବନ ଅତିବାହିତ କରୁଛନ୍ତି । ସେପଟେ ରାସନ କାର୍ଡ ଦ୍ବାରା ମିଳୁଥିବା ଚାଉଳରେ କଷ୍ଟେ ମଷ୍ଟେ ଚଳୁଛି ପରିବାର । ଚିକିତ୍ସା ପାଇଁ ସରକାରୀ ମେଡିକାଲ ଓ ବେସରକାରୀ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିବାବେଳେ ପାଖରେ ଆଉ ସମ୍ବଳ ନାହିଁ । ସରକାରୀ ଇନ୍ଦିରା ଆବାସ ତଳେ କେବଳ ଜୀବନ କଟୁଛି ।

ଏହା ବି ପଢନ୍ତୁ...କୁନି ବୟସରେ ଜୀବନ ସହ ସଂର୍ଘଷ, ସରକାରୀ ସହାୟତା ଆଶାରେ ଗାଙ୍ଗୁଲିର ପରିବାର

ଅଭାବ ଅନଟନ ଭିତରେ ଲକ୍ଷ୍ମୀଧର ଓ ଶାନ୍ତିଲତାଙ୍କ ଜୀବନ ବିତୁଛି । କର୍କଟ ରୋଗରେ ଆକ୍ରାନ୍ତ ଲକ୍ଷ୍ମୀଧର ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏଭଳି ସ୍ଥିତିରେ ତାଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ । କେହି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହୁଁଥିଲେ, ଫୋନ୍ ପେ ନମ୍ବର- 9776725204 ମାଧ୍ୟମରେ ସହାୟତା କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି । ତେବେ ଏପରି ସ୍ଥିତିରେ ରାଜ୍ୟ ସରକାର ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ କର୍କଟ ରୋଗରେ ଆକ୍ରାନ୍ତ ଲକ୍ଷ୍ମୀଧର ଆରୋଗ୍ୟ ଲାଭ କରିପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

ଇଟିଭି ଭାରତ ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.