ETV Bharat / state

ସ୍ବାସ୍ଥ୍ୟକର୍ମୀଙ୍କୁ ଅବହେଳା: ମିଳୁନି ଦରମା, ବିକୁଛନ୍ତି ପାମ୍ପଡ-ନଳୀ - କଟକ ଶିଶୁଭବନ ନ୍ୟୁଜ

କଟକ ଶିଶୁଭବନରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୀର୍ଘ ୧୭ ମାସ ହେବ ମିଳୁନାହିଁ ଦରମା। ଘର ଚଳାଇବା ପାଇଁ ରାତିରେ ଡ୍ୟୁଟି କରି ଦିନରେ ପାମ୍ପଡ଼ ,ନଳି, ମଟର ବିକି ପେଟ ପୋଷୁଛନ୍ତି ସ୍ବାସ୍ଥ୍ୟକର୍ମୀ। ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ..

ସ୍ବାସ୍ଥ୍ୟକର୍ମୀଙ୍କୁ ଅବହେଳା:ମିଳୁନି ଦରମା, ବିକୁଛନ୍ତି ପାମ୍ପଡ-ନଳୀ

author img

By

Published : Aug 1, 2020, 2:17 PM IST

କଟକ: କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅହରହ କାମ କରୁଥିବା ମଣିଷଟି ହେଉଛି ସ୍ବାସ୍ଥ୍ୟକର୍ମୀ । କିନ୍ତୁ ମାନବସେବାରେ ନିୟୋଜିତ ଏହି ସ୍ବାସ୍ଥ୍ୟକର୍ମୀ ଏବେ ମେଡିକାଲ କର୍ତ୍ତୁପକ୍ଷର ସାବତ ଛୁଆ ପାଲଟିଛି । ଦିନରାତି ଡ୍ୟୁଟି କରିବା ସତ୍ତ୍ବେ ସେମାନଙ୍କ ହାତକୁ ଆସୁନି ଦରମା । ମାସେ କି 2ମାସ ନୁହେଁ ଦୀର୍ଘ 17ମାସ ହେବ ସେମାନଙ୍କୁ ମିଳୁନି ଦରମା । ଇଏ କୌଣସି ଉପାନ୍ତ ଅଞ୍ଚଳ କିମ୍ବା କୌଣସି ବେସରକାରୀ ଅନୁଷ୍ଠାନରେ ନୁହେଁ ବରଂ କଟକ ଶିଶୁଭବନରେ ସୃଷ୍ଟି ହୋଇଛି ଏଭଳି ସମସ୍ୟା। ଏହିଭଳି ଅବହେଳାର ଶୀକାର ହେଉଛନ୍ତି କଟକ ଶିଶୁଭବନରେ କାର୍ଯ୍ୟରତ 8ଜଣ ସ୍ବାସ୍ଥ୍ୟକର୍ମୀ । ଏନେଇ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ।

ସ୍ବାସ୍ଥ୍ୟକର୍ମୀଙ୍କୁ ହତାଦର:ମିଳୁନି ଦରମା, ବିକୁଛନ୍ତି ପାମ୍ପଡ-ନଳୀ

ସ୍ଥିତି ଏମିତିକି ରାତିରେ ଡ୍ୟୁଟି କରି ଦିନରେ ନଳୀ ,ପାମ୍ପଡ଼, ମଟର ବିକି ପେଟ ପୋଷୁଛନ୍ତି କର୍ମଚାରୀ। ସେହି ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଜଣେ ହେଉଛନ୍ତି କାଞ୍ଚନ ଦାଶ। କଟକ ଶିଶୁଭବନ ରେ ଦୀର୍ଘ ୧୪ ବର୍ଷ ଧରି ଆଟେନଡାଣ୍ଟ ଭାବରେ କାର୍ଯ୍ୟ କରିଆସୁଛନ୍ତି। ବିଶେଷକରି ହସ୍ପିଟାଲରେ ବେଡ ସଫା କରିବା, ରୋଗୀଙ୍କୁ ଅକ୍ସିଜେନ ଲଗାଇବା, ସାଲାଇନ ଲଗାଇବା ଭଳି ଗୁରୁତ୍ବ ପୂର୍ଣ୍ଣ କାମ କରିଥାଆନ୍ତି। ସେ ମାସକୁ ମାତ୍ର ୫ ହଜାର ୨ ଶହ ଟଙ୍କା ଦରମା ପାଆନ୍ତି। କିନ୍ତୁ ଗତ ୧୫ ରୁ ୧୭ ମାସ ହେବ ତାଙ୍କୁ ଦରମା ମିଳୁନାହିଁ। ବାଧ୍ୟହୋଇ ରାତିରେ ଡ୍ୟୁଟି କରି ଦିନରେ ଏକ ସାଇକେଲ ଧରି ମେଡିକାଲ ପରିସରରେ ପାମ୍ପଡ, ମଟର, ନଳୀ ଆଦି ବିକ୍ରୟ କରୁଛନ୍ତି।

କେବଳ କାଞ୍ଚନ ନୁହନ୍ତି କାଞ୍ଚନଙ୍କ ପରି ଅନ୍ୟ ସ୍ବାସ୍ଥ୍ୟକର୍ମୀ ମଧ୍ୟ ସାମାନ ସମସ୍ୟାରେ ଗତି କରୁଛନ୍ତି । ଏନେଇ ଶିଶୁଭବନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା ଆମ ଇଟିଭି ଭାରତ ଟିମ କିନ୍ତୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ କର୍ତ୍ତୃପକ୍ଷ। ଅନ୍ୟପଟେ କଟକ ବାରବାଟୀ ବିଧାୟକ କହିଛନ୍ତି ଏହି ସମସ୍ୟାର ସମାଧାନ ପାଇଁ ସେ ଶିଶୁଭବନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ତେବେ ଖୁବଶୀଘ୍ର ସେମାନଙ୍କୁ ନ୍ୟାୟ ମିଳିବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି।

ଏପଟେ କୋରୋନା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମସ୍ୟାକୁ ଆଗ୍ରାଧିକାର ଦିଆଯିବ ବୋଲି ସରକାର କହିଛନ୍ତି । କିନ୍ତୁ ସ୍ବାସ୍ଥ୍ୟକର୍ମୀଙ୍କ ଏହି ଦୁର୍ଦ୍ଦଶାକୁ ଦେଖିଲେ ବେଶ ବାରି ହୋଇ ପଡୁଛି ସରକାରଙ୍କ କଥା କେବଳ କାଗଜପତ୍ରରେ ହିଁ ସୀମିତ । ତେବେ ଏହି ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କେବେ ମିଳୁଛି ନ୍ୟାୟ ଦେଖିବାକୁ ବାକି ରହିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.