ETV Bharat / state

କାଠଯୋଡ଼ି ନଦୀ ତଟରେ ଝୁଲୁଛି ମୃତଦେହ, ଆତ୍ମହତ୍ୟା ସନ୍ଦେହ

author img

By

Published : Dec 8, 2022, 10:35 AM IST

କଟକ ଖାନନଗର କାଠଯୋଡ଼ି ନଦୀ ତଟ ନିକଟରେ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

hanging dead body found at kathajodi river bank in cuttack
କାଠଯୋଡ଼ି ନଦୀ ତଟରେ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ଖାନନଗର କାଠଯୋଡ଼ି ନଦୀ ତଟ ନିକଟରେ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରାଥମିକ ତଦନ୍ତରୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ବାଦାମବାଡ଼ି ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ସାପେକ୍ଷ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲକୁ ପଠାଯିବ । ଅନ୍ୟପଟେ ମୃତଦେହ ପରିପାର୍ଶ୍ଵରେ ପୋଲିସ ଟିମ ଛାନଭିନ ଜାରି ରଖିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.