ନିଆଳି: ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ପ୍ରାଣ ହରାଇଥିବା କିନ୍ନର ବଳରାମଙ୍କ ଭଉଣୀଙ୍କ ବିବାହରେ ସହାୟତାରେ ହାତ ବଢାଇଲେ ଓଡ଼ିଶା ପୋଲିସର କାର୍ଯ୍ୟରତ ହାବିଲଦାର ହୃଷିକେଶ ନାୟକ । ଦୁଇଦିନ ପରେ ବଳରାମଙ୍କ ଭଉଣୀ ଲକ୍ଷ୍ମୀଙ୍କ ବାହାଘର । ହାବିଲଦାର ଲକ୍ଷ୍ମୀଙ୍କ ବାହାଘର ଉପଲକ୍ଷେ ପହଞ୍ଚିଥିବାରୁ ସ୍ବର୍ଗତ ବଳରାମଙ୍କ ପରିବାର ବର୍ଗ ଭାବପ୍ରବଣ ହୋଇପଡିଛନ୍ତି ।
ସୂଚନା ଅନୁଯାୟୀ, ଚଳିତ ମାସ 1 ତାରିଖରେ ଜଣେ କିନ୍ନର ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ପଡିଥିଲେ । ସ୍ଥାନୀୟ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣକ ନିମାପଡାର ଜଣେ କିନ୍ନର ବୋଲି ଜଣାପଡିଥିଲା । ତେବେ ଆସନ୍ତା 27ରେ ମୃତ କିନ୍ନରଙ୍କ ଭଉଣୀଙ୍କ ବିବାହ ।
ବାହାଘରର ଦୁଇଦିନ ପୂର୍ବରୁ ହାବିଲଦାର ହୃଷିକେଶ ନାୟକ ତାଙ୍କ ଘରେ ପହଞ୍ଚି ଭାଇର କର୍ତ୍ତବ୍ୟ କରିଛନ୍ତି । ହୃଷିକେଶ ବାହାଘର ପାଇଁ ଭଳିକି ଭଳି ନୂଆ ଶାଢ଼ୀ ଏବଂ ଟଙ୍କା ଦେଇଛନ୍ତି । ବାହାଘର ଦିନ ଆହୁରି ସହୟତା କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ