କଟକ: ରାଜ୍ୟ ସଡକ ପରିବହନ ନିଗମର କଟକ ଜୋନ କର୍ମଚାରୀ ମାନେ ଆନ୍ଦୋଳନ କରିଛନ୍ତି । 3 ମାସର ଦରମା ଓ ଏରିଅର ନ ମିଳିବାରୁ ପ୍ରାୟ 200କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ଆନ୍ଦୋଳନ ଦ୍ବାରା କଟକ ଜୋନ ସରକାରୀ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଠିକ ସମୟରେ ଦରମା ନ ମିଳିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଆନ୍ଦୋଳନ କର୍ମଚାରୀମାନେ କହିଛନ୍ତି ।
ପୂର୍ବରୁ ଏନେଇ ବାରମ୍ବାର ଦାବି ଜଣାଇଥିଲେ କେହି ଏନେଇ କର୍ଣ୍ଣପାତ କରିନଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଦାବି ପୂରଣ କରାନଗଲେ ଆନ୍ଦୋଳନ ଆଗକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳପାଇଁ ଜାରି ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଆନ୍ଦୋଳନକାରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ