କଟକ: ପ୍ରତାପନଗରୀ ଛାତ୍ରୀଙ୍କୁ ଛୁରାମାଡ଼ ଘଟଣାରେ ଧରା ପଡ଼ିଲା ଫେରାର ଅଭିଯୁକ୍ତ ପ୍ରେମିକ ସତ୍ୟରଞ୍ଜନ ବେହେରା । ବାରଙ୍ଗ ଅଞ୍ଚଳରୁ ସତ୍ୟରଞ୍ଜନକୁ ଧରିଲା ସଦରଥାନା ପୋଲିସ । ଗତକାଲି ସତ୍ୟରଞ୍ଜନ ନିଜ ଗାଁ ଜଣେ ଯୁବତୀଙ୍କୁ ଛୁରାମାଡ କରିଥିଲା । ଯୁବତୀଙ୍କୁ ସହ ସତ୍ୟରଞ୍ଜନ ଏକ ତରଫା ପ୍ରେମ କରୁଥିଲା । ଯୁବତୀଙ୍କ ଅଭିଯୋଗ ପରେ ସତ୍ୟରଞ୍ଜନ ନାଁରେ ମାମଲା ରୁଜୁ କରିଥିଲା ପୋଲିସ ।
ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ ହୋଇଥିଲା । କଟକ ଜିଲ୍ଲା ସଦର ଥାନାର ପ୍ରତାପନଗରୀରେ ଯୁବତୀଙ୍କୁ ଛୁରାମାଡ କରାଯାଇଥିଲା । ଗତକାଲି (ମଙ୍ଗଳବାର) ଛାତ୍ରୀ ଜଣକ ପରୀକ୍ଷା ଦେଇ ଫେରୁଥିବାବେଳେ ସେହି ଗାଁର ଜଣେ ଯୁବକ ଏଭଳି କାଣ୍ଡ ଘଟାଇଥିବା ଜଣା ପଡିଥିଲା । ଛାତ୍ରୀଙ୍କ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା ।
ସୂଚନା ମୁତାବକ ଯୁବତୀ ଜଣକ ଜଣେ ଇଂଜିନିୟରିଂ ଛାତ୍ରୀ । ମଙ୍ଗଳବାର କଲେଜରୁ ବସ୍ରେ ଫେରି ସେ ଚାଲି ଚାଲି ଘରକୁ ଯାଉଥିଲେ । ଏହି ସମୟରେ ତାଙ୍କ ଗାଁର ସତ୍ୟ ରଞ୍ଜନ ବେହେରା ନାମକ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ଯୁବତୀଙ୍କ ହାତ ଓ ଜଙ୍ଘରେ ଗୁରୁତର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ତେବେ ଘଟଣାର ଗୋଟିଏ ଦିନ ମଧ୍ୟରେ ଅଭିଯୁକ୍ତକୁ ହ୍ୟାଣ୍ଡକପ ପକାଇଛି । ଆହତ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ପଚରାଉଚରା ଜାରି ରହିଥିଲା । ଖୁବଶୀଘ୍ର ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଥିଲେ କଟକ ଡିସିପି ।