କଟକ: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ନିକଟସ୍ଥ ସୋରଳରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ଏହି ଗ୍ରାମର ଜଣେ ସାତ ବର୍ଷର ନାବାଳିକାର ବେକକୁ ଛୁରୀରେ କାଟିଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି ।
ସୋରଳ ଓଡ଼ିଆ ଓଡିଆର୍.ପି କଲୋନୀର ରୁତୁ ବେହେରା ନାମରେ ଜଣେ ଯୁବକ ସେହି ଅଞ୍ଚଳର 7 ବର୍ଷର ନାବାଳିକାର ବେକକୁ କାଟିଥିବା ଅଭିଯୋଗ ହୋଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ MKCGରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯିବା ସହ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ