କଟକ: ବାଲିଯାତ୍ରାକୁ ନେଇ ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ପ୍ରଥମେ ଅସନ୍ତୋଷ ଝାଡିବା ପରେ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିବା ଘଟଣାରେ ଏକ ନୂଆ ମୋଡ଼ ନେଇଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରଭାତ ତ୍ରିପାଠୀ । ଏହି ଭିଡିଓ ମୋ ବିରୋଧରେ ଖରାପ ଉଦ୍ଦେଶ୍ୟ ରଖି କରାଯାଇଥିବା ସେ କହିଛନ୍ତି ।
ଏନେଇ ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, "ଏହି ଭିଡ଼ିଓ ବହୁତ ପୁରୁଣା । ଏହାକୁ ଏବେ ସୋସିଆଲ ମିଡିଆରେ ପକାଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରାଯାଉଛି । ମୁଁ ମୋର କଥାକୁ ପରିବର୍ତ୍ତନ କରିନି । 18 ତାରିଖରେ ଯେଉଁ ସାମ୍ବାଦିକ ସମ୍ମିଳନୀରେ ମତ ରହିଥିଲା ସେହି ମତ ମହାନଗର ପୂଜା କମିଟି ଓ ଶାନ୍ତି କମିଟି ବଜାୟ ରଖିଛି । ସମ୍ପୂର୍ଣ୍ଣ ବାଲିଯାତ୍ରାରେ କେତେ ଆୟ ବ୍ୟୟ ହୋଇଛି ତାହା ଅଡିଟ ହେବା ଆବଶ୍ୟକ ।"ଏହାଛଡା ରାଜ୍ୟ ସରକାର ପ୍ରତ୍ୟକ୍ଷ ଭାବରେ ବାଲିଯାତ୍ରାରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ପ୍ରଭାତ ତ୍ରିପାଠୀ ।
ଏହା ମଧ୍ୟ ପଢ଼ନ୍ତୁ: ଫାଇଲ ଫିଙ୍ଗିବା ଘଟଣା, ପୌରାଧ୍ୟକ୍ଷାଙ୍କ ବହିଷ୍କାର ଦାବି କଲା ବିଜେପି
ଚଳିତବର୍ଷ କଟକ ବାଲିଯାତ୍ରା ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା କହିଥିଲେ ପ୍ରଭାତ । ହେଲେ ୨୪ ଘଣ୍ଟା ନପୁରୁଣୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କଟକ ଜିଲ୍ଲାପାଳଙ୍କୁ କଡା ସମାଲୋଚନା କରିଥିଲେ ଶାନ୍ତି କମିଟି ସମ୍ପାଦକ । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ପ୍ରଭାତ । ୨୪ ଘଣ୍ଟା ନପୁରୁଣୁ ଜିଲ୍ଲାପାଳଙ୍କୁ ପ୍ରଶଂସାରେ ପୋତି ଦେବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡ଼ିଓରେ କଟକ ଜିଲ୍ଳାପାଳଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି ପ୍ରଭାତ । ଏପରିକି ଚଳିତବର୍ଷ ବାଲିଯାତ୍ରା, ଆଗାମୀ ୧୦୦ ବର୍ଷ ପାଇଁ ଉଦାହରଣ ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରଭାତ ।
ଇଟିଭି ଭାରତ, କଟକ