ETV Bharat / state

ବୈଦେଶିକ ନୀତି ଚୁକ୍ତିନାମାର ପ୍ରଥମ କର୍ମଶାଳା ଆୟୋଜିତ - meeting

ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଇଣ୍ଟରନ୍ୟାସ୍‌ନାଲ ଫାଉଣ୍ଡେସନ୍‌ ମଧ୍ୟରେ ହୋଇଥିବା ବୈଦେଶିକ ନୀତି ଚୁକ୍ତିନାମାର ପ୍ରଥମ କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Feb 12, 2019, 10:44 PM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଇଣ୍ଟରନ୍ୟାସ୍‌ନାଲ ଫାଉଣ୍ଡେସନ୍‌ ମଧ୍ୟରେ ହୋଇଥିବା ବୈଦେଶିକ ନୀତି ଚୁକ୍ତିନାମାର ପ୍ରଥମ କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି । କଳିଙ୍ଗ ଫାଉଣ୍ଡେସନର ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ ରେଭେନ୍ସାର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କୁ ବିଭିନ ବୈଦେଶିକ ନୀତି ସମ୍ପର୍କରେ ଅବଗତ କରାଇଥିଲେ । କିପରି ଭାବେ ବିଦେଶ ଗଲେ ସେଠାକାର ପରିସ୍ଥିତି ସହ ଖାପଖୁଆଇ ହେବ, ସେଥିପାଇଁ ଆଜି ପ୍ରଥମ କର୍ମଶାଳା ଆୟୋଜନ କରାଯାଇଥିଲା ।

ବିଶେଷ କରି ରାଜନୈତିକ, ଆର୍ଥିକ, ସାମାଜିକ, ରପ୍ତାନୀ, ଆମଦାନୀ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କର ଟିକିନିଖି ଉଦାହରଣ ରଖିଥିଲେ ମାନସିଂହ । ଏହାସହିତ ବିଶ୍ୱବିଦ୍ୟାଳୟର ଯେଉଁ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢିବା ପାଇଁ ଯାଉଛନ୍ତି, ସେମାନେ କିପରି ବୈଦେଶକ ନୀତି ସମ୍ପର୍କରେ ଭଲ ଭାବରେ ଅବଗତ ହେବେ ସେ ଦିଗରେ ମଧ୍ୟ ବେଶ ଭଲ ଭାବରେ ସେ ବୁଝାଇଥିଲେ।

ରେଭେନ୍ସା ପରିସରରେ ଆୟୋଜିତ ଏହି କର୍ମଶାଳାରେ ଶତାଧିକ ଛାତ୍ରଛାତ୍ରୀ, କୁଳପତି ପ୍ରଫେସର ଇଶାନ ପାତ୍ରଙ୍କ ସମେତ ଅନ୍ୟ ବିଭାଗର ପ୍ରଫେସରମାନେ ଉପସ୍ଥିତ ରହିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:ପାଞ୍ଚ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲାର କୃଷକ ସ°ଘର୍ଷ ସମିତି ପକ୍ଷରୁ ଆୟୋଜିତ ହୋଇଯାଇଛି କୃଷକ ପଦଯାତ୍ରା ।ବ୍ରହ୍ମପୁର ଉପକଣ୍ଠ ବାଲିପଡା ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବ୍ରହ୍ମପୁର ସହରର ଆର.ଡି.ସି କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ କରିବା ସହ ସରକାର ତୁରନ୍ତ ଏହି ଦାବୀ ପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ କୁ ବ୍ୟାପକ କରାଯିବା କୁ ଚେତାବନୀ ଦିଆଯାଇଛି।

Body:କୃଷିରଣ ଛାଡ କରିବା ,ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ତିନି ହଜାର ଟଙ୍କା ପ୍ରଦାନ କରିବା ,ବୋନସ ୭୫୦ ଟଙ୍କା ପ୍ରଦାନ କରିବା ,ଏଫ୍.ଏ.କ୍ୟୁ ମାନ ନାମରେ ଚାଷୀ ଙ୍କୁ ଲୁଟ କରିବା ବନ୍ଦ କରିବା ସହ ଚାଷୀ ଙ୍କୁ ମାସିକ ପେନସନ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିବା ଭଳି ପ୍ରମୁଖ ଦାବୀକୁ ନେଇ ବାହାରିଥିଲା ଏହି ପଦଯାତ୍ରା ।ଗଞ୍ଜାମ ଜିଲ୍ଲାର ହୁମା ଠାରୁ ଜିଲ୍ଲାର ସଦର ମହକୁମା ଛତ୍ରପୁର ପର୍ଯ୍ୟନ୍ତ କୃଷକ ପଦଯାତ୍ରା ପରେ ଏଭଳି ପଦଯାତ୍ରାରେ ୧୫ କିଲୋମିଟର ରାସ୍ତା ଅତିକ୍ରମ କରି ପହଞ୍ଚିଥିଲା ବ୍ରହ୍ମପୁର ସହରର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମୁଖରେ ।ଏଥିରେ ସିପିଆଇଏମ୍ ର ରାଜ୍ୟ ସାଧାରଣ ସ°ପାଦକ ଅଳି କିଶୋର ପଟ୍ଟନାୟକ,ସିପିଏମ୍ ନେତା ବସନ୍ତ ନନ୍ଦ ,କୈଳାସ ଷଡ଼ଙ୍ଗୀ, କୃଷକ ସଭାର ହରିକୃଷ୍ଣ ରେଡି ,ଯୁଧିଷ୍ଠିର ବେହେରା ଗୋପାଳ ପାଣିଗ୍ରାହୀ ଙ୍କ ସମେତ ଶହ ଶହ ଚାଷୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ନ୍ୟୁଜ୍

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.