ETV Bharat / state

ଟାର୍ଗେଟରେ ନକଲି ଖାଦ୍ୟ ସାମଗ୍ରୀ, ଖାଉଟିଙ୍କ ପାଇଁ ସଚେତନତା କର୍ମଶାଳା

author img

By

Published : Feb 18, 2021, 4:34 PM IST

ଖାଦ୍ୟ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା । କଟକରେ ହେଲା ସଚେତନତା କର୍ମଶାଳା । ଅଧିକ ପଢନ୍ତୁ...

ଟାର୍ଗେଟରେ ନକିଲି ଖାଦ୍ୟ ସାମଗ୍ରୀ, ଖାଉଟିମାନଙ୍କ ମଧ୍ୟରେ ସଚେତନତା ପାଇଁ କର୍ମଶାଳା

କଟକ: ଖାଦ୍ୟ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା । ଏହାରି ଭିତରେ କେବଳ କଟକ ନୁହେଁ ବରଂ ଅନ୍ୟ ଜିଲ୍ଲାମାନଙ୍କରେ ନକଲି ସାମଗ୍ରୀର ଚିତ୍ର ସାମ୍ନାକୁ ଆସିବାରେ ଲାଗିଲାଣି । ତେବେ ଲୋକମାନଙ୍କ ମଧ୍ୟରେ କିପରି ସଚେତନତା ସୃଷ୍ଟି କରିହେବ ସେନେଇ ଆଜି ଖପୁରିଆସ୍ଥିତ OASME ରେ ଆୟୋଜିତ ହୋଇଛି ସେମିନାର । ରାଜ୍ୟ ଖାଦ୍ୟ ସୁରକ୍ଷା ନିର୍ଦେଶକ ପ୍ରଦୀପ କୁମାର ମହାପାତ୍ର ଏହି ବୈଠକରେ ଯୋଗଦେଇ କିପରି ନକଲି ଖାଦ୍ୟ ସମଗ୍ରୀକୁ ବଏକଟ କରିହେବ ତାହାକୁ ନେଇ ଗୁରୁମନ୍ତ୍ର ଦେଇଥିଲେ ।

ତେବେ ପୂର୍ବରୁ ପ୍ରଥମେ ସିଲଭରସିଟିରୁ ଆରମ୍ଭ ହୋଇଥିଲା ନକଲି ସାମଗ୍ରୀର ଠିକଣା । ପ୍ରଥମେ ଜଗତପୁର ଆଇବି ରୋଡ଼ରୁ ଜବତ ହୋଇଥିଲା ନକଲି ସସ କାରଖାନା । ଯାହା ମଣିଷ ଶରୀର ପ୍ରତି ବେଶ କ୍ଷତିକାରକ । ତେବେ ପରେପରେ 24ରୁ ଊର୍ଦ୍ଧ୍ବ ନକଲି କାରଖାନା ଠାବ ହୋଇସାରିଛି । ଯାହା ସାଧାରଣ ଖାଉଟି ଓ ପ୍ରଶାସନର ଚିନ୍ତା ମଧ୍ୟ ବଢାଇବାରେ ଲାଗିଛି । ଏପରି ସ୍ଥଳେ କିପରି ନକଲି ଖାଦ୍ୟ ସାମଗ୍ରୀକୁ ଚିହ୍ନଟ କରିହେବ ଓ ତାକୁ ମୂଳପୋଛ କରିହେବ ତାକୁ ନେଇ ନିଷ୍ପତ୍ତି ନିଆଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.