ETV Bharat / state

ରାଜ୍ୟରେ ପ୍ରଥମ: ବିଡାନାସୀ ଥାନାରେ ଖୋଲିଲା ଚିଲ୍‌ଡ୍ରେନ ଜୋନ, ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

author img

By

Published : Apr 27, 2022, 6:04 PM IST

Updated : Apr 27, 2022, 7:38 PM IST

ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କ କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ କଟକ ବିଡାନାସୀ ଥାନାରେ ଖୋଲିଲା ଚିଲ୍‌ଡ୍ରେନ ଜୋନ । ଜାଣନ୍ତୁ କଣ ରହିଛି ସୁବିଧା

ବିଡାନାସୀ ଥାନାରେ ଖୋଲିଲା ପ୍ରଥମ ଚିଲ୍‌ଡ୍ରେନ ଜୋନ

କଟକ: ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କ କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ କଟକ ବିଡାନାସୀ ଥାନାରେ ଖୋଲିଲା ଚିଲ୍‌ଡ୍ରେନ ଜୋନ । ରାଜ୍ୟର ପ୍ରଥମ ଥାନା ଭାବେ ପୋଲିସ୍ ଡିଜି କଟକର ଏହି ଚିଲଡ୍ରେନ ଜୋନକୁ ଉଦଘାଟନ କରିଛନ୍ତି । ଏଥିସହ ଦୁଇଟି ଥାନାର ନୂଆ ବିଲ୍ଡିଂ ଉଦଘାଟନ କରିବା ଅବସରରେ ଏହି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଆଗକୁ ଥାନାରେ କର୍ତ୍ତବ୍ୟ କରୁଥିବା ପୋଲିସ ଏବଂ ଅଭିଯୋଗ ପାଇଁ ଆସୁଥିବା ଲୋକେ ଏପରି ସୁନ୍ଦର ଭିତ୍ତିଭୂମି ଦ୍ବାରା ଉପକୃତ ହେବେ ବୋଲି ପୋଲିସ ଡିଜି ସୁନିଲ ବଂଶଲ ଓ ପୋଲିସ କମିଶନର ଆଶା କରିଛନ୍ତି ।

ରାଜ୍ୟରେ ପ୍ରଥମ: ବିଡାନାସୀ ଥାନାରେ ଖୋଲିଲା ଚିଲ୍‌ଡ୍ରେନ ଜୋନ, ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

ଥାନା ଭିତରେ ସୁନ୍ଦର ଖେଳ ସାମଗ୍ରୀ ଓ ପିଲାଙ୍କ ପାଇଁ ଚିଲଡ୍ରେନ ଜୋନ । ଏଭଳି ପରିକଳ୍ପନାକୁ ବାସ୍ତବ ରୂପ ଦିଆଯାଇଛି କଟକ ବିଡାନାସୀ ଥାନାର ଅତ୍ୟାଧୁନିକ ନୂଆ ବିଲ୍ଡିଂରେ । ଏହି ଥାନାକୁ କୌଣସି ଲୋକ ବିଶେଷ କରି ମହିଳା, କୁନି କୁନି ପିଲାଙ୍କୁ ନେଇ ଅଭିଯୋଗ ପାଇଁ ଆସିଲେ ପିଲାମାନେ ଏହି ଚିଲଡ୍ରେନ ଜୋନରେ ଅତି ଖୁସିରେ ସମୟ ବିତାଇ ପାରିବେ । ପୋଲିସ କମିଶନର ଏଭଳି ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ଆଗକୁ ସବୁ ଥାନାରେ ଏପରି ଚିଲଡ୍ରେନ ଜୋନ କରାଯିବ ବୋଲି କହିଛନ୍ତି । ସେପଟେ ନୂଆ ପୋଲିସ ଷ୍ଟେସନରେ ଏହି ନୂଆ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି କଟକ ବାସିନ୍ଦା ।

ଆଜି(ବୁଧବାର) ପୋଲିସ ଡିଜି ବିଡାନାସୀ ଓ ପୁରୀଘାଟ ଥାନାର ଦୁଇଟି ସୁନ୍ଦର ବିଲ୍ଡିଂକୁ ଉଦଘାଟନ କରିଛନ୍ତି । ଏଥିରେ ଅଫିସ ପରିସର, ହାଜତ ଛଡା ବିଶ୍ରାମ ଗୃହ, ପେଣ୍ଟ୍ରି ଓ ଆଇନ ସହାୟତା ପାଇଁ ପ୍ରକୋଷ୍ଠ ରହିଛି । ଏହା ଦ୍ବାରା ପୋଲିସ ଅଧିକାରୀ, କର୍ମଚାରୀ କାମ କରିବା ପାଇଁ ଭଲ ପରିବେଶ ପାଇବା ସହିତ ଏଠାକୁ ଆସୁଥିବା ଲୋକ ଭଲ ଅନୁଭୂତି ନେଇ ଫେରିବେ ବୋଲି ଡିଜି କହିଛନ୍ତି ।ତେବେ ଏଭଳି ଥାନା ପରିବେଶ ଦ୍ବାରା ପୋଲିସ ଓ ପବ୍ଲିକ ମଧ୍ଯରେ ଭଲ ସମ୍ପର୍କ ରହବ ବୋଲି ପୋଲିସ ଡିଜି କହିଛନ୍ତି । ଏହି ଉଦଘାଟନୀ ଉତ୍ସବରେ କ୍ରାଇମବ୍ରାଞ୍ଚ ଏଡିଜି, ମେୟର, ବାରବାଟୀ କଟକ ବିଧାୟକ ଓ କଟକ ଡିସିପି ଉପସ୍ଥିତ ଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 27, 2022, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.