ETV Bharat / state

ଅଧରାତିରେ ଗୁହାଳେ ଲାଗିଗଲା ନିଆଁ: 4 ବଖରା ପୋଡ଼ି ପାଉଁଶ, 2 ଗାଈ ଜୀବନ୍ତ ଦଗ୍ଧ

ନିଆଳି ତହସିଲ ଅନ୍ତର୍ଗତ ଗୁଣ୍ଡର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜୀବନ୍ତ ଜଳିଗଲେ 2 ଗାଈ । 4 ବଖରା ପୋଡି ପାଉଁଶ । ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

author img

By

Published : Jul 30, 2023, 5:05 PM IST

ଗୁଣ୍ଡର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ
ଗୁଣ୍ଡର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ
ଗୁଣ୍ଡର ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ

ନିଆଳି: ଅଧରାତିରେ ଗୁହାଳ ଘରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ 2 ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 2ଟି ଗାଈ ଆହତ ହୋଇଛନ୍ତି । ଏହାସହ ଚାରି ବଖରା ଚାଳଛପର ଘର ପୋଡ଼ି ପାଉଁଶଲ ହୋଇଯାଇଥିବା ସୂଚନା ମିଳିଛି । ଏପିର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ଗୁଣ୍ଡର ଗ୍ରାମରେ । ଗୋପାଳନ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ନିଆଁ ଆଁରେ ଗାଈ ଦଗ୍ଧ ହେବା ନେଇ ଚିନ୍ତାରେ ପରିବାର । ଏପିର ଅଗ୍ନିକାଣ୍ଡ କିପରି ଘଟିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ସର୍ଟ ସର୍କିଟ କାରଣରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ଗୁଣ୍ଡର ଗ୍ରାମର ଦିଗାମ୍ବର ହାତୀଙ୍କ ଗୁହାଳ ଘରେ ଅଧରାତିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଜଣିବା ପରେ ଘରଲୋକ ତଥା ପାଖ ପଡୋଶୀ ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡିଥିଲେ । ପଡୋଶୀ ତୁରନ୍ତ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ତବେ ଚାଳ ଘର ହେବା କାରଣରୁ ନିଆଁ ପାଖ ପଡୋଶୀଙ୍କ ଗୁହାଳକୁ ମଧ୍ଯ ବ୍ୟାପି ଯାଇଥିଲା । ଫଳରେ 4 ବଖରା ଚାଳଘର ପୋଡି ପାଉଁଶ ହେବା ସହ ଦିଗାମ୍ବର ହାତୀଙ୍କ 2ଟି ଗାଈ ଜୀବନ୍ତ ଦଗ୍ଧ ହେବା ବେଳେ ପଡ଼ୋଶୀ ମାୟାଧରଙ୍କ 2ଟି ଗାଈ ଆହତ ହୋଇଛନ୍ତି ।

ଖବର ପାଇ ନିଆଳି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଚାରି ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ନିଆଁ ଅନ୍ୟଘରକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିବରେ ସକ୍ଷମ ହୋଇଥିଲା । ତେବେ କେଉଁ କାରଣରୁ ଏପରି ନିଆଁ ଲଗାଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ୍‌ ସର୍କିଟ କାରଣରୁ ନିଆଁ ଲଗିଥିବା ଅନୁମାନ କରାଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ପରିବାର ରୋଜଗାର ହରାଇ ବସିଥିବା ବେଳେ ପ୍ରଶାସନ ଅଗ୍ନି ବିପନ୍ନ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।

ଅଧିକ ପଢନ୍ତୁ: ମାଲବାହୀ ଟ୍ରେନ୍‌ ବଗିରୁ ବାହାରିଲା ଧୂଆଁ, ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ଦିଗମ୍ବର ହାତୀ କହିଛନ୍ତି, "ରାତିରେ ଗାଈଙ୍କୁ ବାନ୍ଧି ଚାରା ଦେଇ ଆସିଥିଲି । ହେଲେ ଅଚାନକ ଆଧରାତିରେ ଗୁହାଳ ଘରୁ ନିଆଁ ବାହାରୁଥିବା ଦେଖି ଆମେ ଭୟଭୀତ ହୋଇ ନିଆଁ ଲିଭେଇବା ପ୍ରୟାସରେ ଲଗିଥିଲୁ । ହେଲେ ଗୁହାଳରେ ଥିବା ଗାଈଙ୍କୁ ବଞ୍ଚାଇ ପରିଲୁ ନାହିଁ । ପରିବାର ଚଳାଇବା ପାଇଁ ଗାଈ ଏକମାତ୍ର ସାହା ଭରଷା ଥିଲା । ଘର ଏବଂ ଗାଈ ବାବଦକୁ ପ୍ରଶାସନ ସହାୟତା ପ୍ରଦାନ ନକଲେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିବ ।"

‌ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.