ETV Bharat / state

ଚଳନ୍ତା କାରରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

author img

By

Published : Feb 8, 2021, 10:34 PM IST

କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁର ଠାରେ ଏକ ଚଳନ୍ତା କାରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛି । ଅଧିକ ପଢନ୍ତୁ...

କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁରଠାରେ ଏକ ଚଳନ୍ତା କାରରେ ନିଆଁ

କଟକ: ଏକ ଚଳନ୍ତା କାରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ମଧୁପୁରଠାରେ ଘଟିଛି ଏଭଳି ଅଘଟଣ । ଗାଡ଼ିଟି ଦୋବନ୍ଧିଆରୁ ଜୟପୁର ଯିବା ରାସ୍ତାରେ ମଧୁପୁର ଠାରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ଦୁର୍ଘଟଣାରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛି ।

ସୂଚନା ଅନୁଯାୟୀ ଗାଡ଼ି ଯାଉଥିବା ସମୟରେ ପ୍ରଥମେ ଗାଡିରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଗାଡ଼ିଟିକୁ ଅଟକାଇଥିଲେ । ପରେ ଡ୍ରାଇଭର ଗାଡିରୁ ବାହାରି ଯିବା ପରେ ହଠାତ ଗାଡିଟି ଜଳିବାକୁ ଲାଗିଲା । ସ୍ଥାନୀୟ ଲୋକ କାରରେ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.