କଟକ: ରାତି ପାହିଲେ ସଟଡାଉନ । ଆଗରୁ ଯାହା ଥିଲା ଏବେ ବି ସମାନ ସ୍ଥିତି । ବିଶେଷ କରି ସାମାଜିକ ଦୂରତ୍ୱ ଆଇନକୁ ସିଧାସଳଖ ଆଖିଠାର ମାରୁଛନ୍ତି ଅଭ୍ୟାସଗତ ଅମାନିଆ ଓ ସାଧାରଣ ଜନତା । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ବଢି ଚାଲିଛି ଏମାନଙ୍କ ରାଜ ।
ଯାହାପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ । ଶୁକ୍ରବାର ବିନା ମାସ୍କରେ 374 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ୱ ନିୟମ ଉଲଙ୍ଘନ କରି 555 ଜଣ ତଣ୍ଡ ଗଣିଛନ୍ତି । ତେବେ ଯାହା ଜଣାପଡୁଛି ଆଉ କିଛି ଦିନ ଗଲେ ଏହା ହଜାର ପାର ହୋଇଯିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ