ETV Bharat / state

FUTSAL CHAMPIONSHIP: କଟକରେ ଆରମ୍ଭ, ଭାଗନେଲେ ରାଜ୍ୟର ଶ୍ରେଷ୍ଠ ୧୦ କ୍ଲବ - ଫୁଟବଲ ଚମ୍ପିୟାନସିପ

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଣ୍ଡୋର ଫୁଟବଲ । ଏଥିରେ ରାଜ୍ୟର ଶ୍ରେଷ୍ଠ ୧୦ କ୍ଲବ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

FUTSAL CHAMPIONSHIP: କଟକରେ ଆରମ୍ଭ, ଭାଗନେଲେ ରାଜ୍ୟର ଶ୍ରେଷ୍ଠ ୧୦ କ୍ଲବ

author img

By

Published : Nov 3, 2022, 8:17 PM IST

କଟକ: ଜିଲ୍ଲାର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ (Cuttack Jawaharlal Nehru Indoor Stadium)ରେ ଆରମ୍ଭ ହୋଇଛି ଇଣ୍ଡୋର ଫୁଟବଲ (Fao Inter Club Futsal Championship)। ଫୁଟସଲ୍ ଭାବେ ପରିଚିତ ଏହି ଖେଳକୁ ଆୟୋଜନ କରିଛନ୍ତି ଫାଓ ଏବଂ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ । ଛଅ ଦିନ ଧରି ଚାଲିବାକୁ ଥିବା ଏହି ନୂଆ ଧରଣର ଫୁଟବଲ ଚମ୍ପିୟାନସିପ (Footbal Championship)ରେ ରାଜ୍ୟର ଶ୍ରେଷ୍ଠ ଦଶଟି କ୍ଲବ ଭାଗ ନେଇଛନ୍ତି ।

ଫୁଟବଲ ଖେଳକୁ ଅଧିକ ଦ୍ରୁତ ଓ କ୍ଷୀପ୍ର କରିବା ପାଇଁ ଏବେ ଖେଳାଯାଉଛି ନୂଆ ଧରଣର ଇଣ୍ଡୋର ଫୁଟବଲ। ପ୍ରଥମ ଥର ଲାଗି କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଫାଓ ଓ ରାଜ୍ୟ କ୍ରୀଡା ଏବଂ ଯୁବ ସେବା ବିଭାଗ ମିଳିତ ଭାବେ ଆୟୋଜନ କରିଛନ୍ତି ଫାଓ ଫୁଟସଲ୍ ଚମ୍ପିୟାନସିପ । ଏଥିରେ ଓଡିଶା ପୋଲିସ, ସାଇ ହଷ୍ଟେଲ, ରାଜ୍ୟ କ୍ରୀଡା ଛାତ୍ରାବାସ, କିଟ୍-କିସ୍, ରାଧାରମଣ କ୍ଲବ, ବିଡ଼ାନାସୀ କ୍ଲବ, ଓଡିଶା ସରକାରୀ ପ୍ରେସ ସହିତ ଭୁବନେଶ୍ବର, ଖୋର୍ଦ୍ଧା ଓ ଦେବଗଡ଼ର ତିନୋଟି କ୍ଲବ ଭାଗ ନେଇଛନ୍ତି ।

FUTSAL CHAMPIONSHIP: କଟକରେ ଆରମ୍ଭ, ଭାଗନେଲେ ରାଜ୍ୟର ଶ୍ରେଷ୍ଠ ୧୦ କ୍ଲବ

ଏହା ବି ପଢନ୍ତୁ- ICC Player of the Month: ଆଇସିସି ପୁରସ୍କାର ପାଇଁ ପ୍ରଥମ ଥର ମନୋନୀତ କୋହଲି

ପ୍ରତି ଟିମରେ ୫ ଜଣ କରି ଖେଳୁଥିବା ବେଳେ ମ୍ୟାଚ ୪୦ ମିନିଟ୍ ଖେଳାଯାଉଛି । ପୂର୍ବରୁ କିଟ୍ ପରିସରରେ ଫାଓ ଫୁଟସଲ୍ ବା ଇଣ୍ଡୋର ଫୁଟବଲର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା । ଏବେ ଖେଳାଳୀଙ୍କୁ ଅଧିକ ଫିଟ୍ ଓ କଳାତ୍ମକ ଖେଳ ଶିଖାଇବା ପାଇଁ ଇଣ୍ଡୋରରେ ଦ୍ବିତୀୟ ସଂସ୍କରଣ ଆୟୋଜିତ ହୋଇଛି । ଏନେଇ ଫାଓ ଉପସଭାପତି ଦିଲ୍ଲୀପ ସାହୁ କହିଛନ୍ତି, " ଦ୍ବିତୀୟ ଥର ପାଇଁ ଏଭଳି ପ୍ରତିଯୋଗିତାକୁ ଓଡ଼ିଶା ଫୁଟବଲ ଆସୋସିଏସନ ଆୟୋଜନ କରିଛି । ପ୍ରଥମ ବର୍ଷ କିଟ ୟୁନିଭର୍ସିଟିରେ ହୋଇଥିଲା । ଅଲ ଇଣ୍ଡିଆ ଫୁଟବଲ ଆସୋସିଏସନ (AIFF)ର ନୂଆ ଗାଇଡଲାଇନ ଅନୁସାରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ଆଜି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଏହା ରାଜ୍ୟସ୍ତରୀୟ ଫୁଟବଲ ମ୍ୟାଚ । ଏହି ମ୍ୟାଚ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆ ଫୁଟବଲ ଖେଳାଳି ଚୟନ । ରାଜ୍ୟରୁ କିପରି ଦକ୍ଷ ଫୁଟବଲ ଖେଳାଳି ବାହାରିବେ ତାହା ଉପରେ ଫୋକସ କରାଯାଉଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.