କଟକ: ସହର ବଡ ମେଡିକାଲ ସମ୍ପ୍ରସାରଣ ପାଇଁ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଆଜି(ଶୁକ୍ରବାର) କଟକ ମାଲଗୋଦାମ ଅଞ୍ଚଳର ତିନୋଟି ସାହିକୁ ଉଚ୍ଛେଦ କରାଯାଇଛି ।
ଉଚ୍ଛେଦ ପୂର୍ବରୁ ପ୍ରାୟ 90 ପରିବାରକୁ ବାଲିସାହି ଅଞ୍ଚଳକୁ ସ୍ତାନାନ୍ତର କରାଯାଇଛି । ତେଲୁଗୁ ସାହି, ନୂଆ ସାହି ଓ ରେଲୱେ ସାହିରେ ରହୁଥିବା 90 ପରିବାରଙ୍କୁ କ୍ଷତିପୂରଣ ବାବଦକୁ ଜାଗା ଓ 50 ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି ।
ଶାନ୍ତିପୂର୍ଣ୍ଣ ଭାବରେ ଉଚ୍ଛେଦ ପ୍ରକ୍ରିୟା ଚାଲିବା ସହିତ ଲୋକମାନେ ପ୍ରକ୍ରିୟାରେ ସହଯୋଗ କରିଛନ୍ତି ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ଅବିନାଶ ରାଉତ ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ