ETV Bharat / state

ଦଶହରା ପୂର୍ବରୁ ଆକ୍ସନ ମୋଡ୍‌ରେ ଅବକାରୀ ବିଭାଗ, 8 ଦିନରେ 70 ଗିରଫ

author img

By ETV Bharat Odisha Team

Published : Oct 18, 2023, 10:40 AM IST

ପାର୍ବଣ ଋତୁରେ ଆକ୍ସନ ମୋଡ୍‌ରେ ରହିଛି କଟକ ଅବକାରୀ ବିଭାଗ । ଗତ 8 ଦିନରେ 70 ଜଣଙ୍କୁ ଗିରଫ କରିଛି କଟକ ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

Excise department raid
ଦଶହରା ପୂର୍ବରୁ ଆକ୍ସନ ମୁଡରେ ଅବକାରୀ ବିଭାଗ
ଦଶହରା ପୂର୍ବରୁ ଆକ୍ସନ ମୁଡରେ ଅବକାରୀ ବିଭାଗ

କଟକ: ନିଶାମୁକ୍ତ ପାର୍ବଣକୁ ଗୁରୁତ୍ବ ଦେଇଛି ଅବକାରୀ ବିଭାଗ । ଦୁର୍ଗାପୂଜା ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ଅକ୍ଟୋବର 10ରୁ ଗତ 8 ଦିନ ମଧ୍ୟରେ କଟକ ଅବକାରୀ ବିଭାଗ 70ଟି ମାମଲା ରୁଜୁ କରିଛି । ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଛି । ଜିଲ୍ଲା ଥିବା 9ଟି ଅବକାରୀ ଷ୍ଟେସନରେ ଚଢ଼ାଉ ଜୋରଦାର କରାଯାଇଛି । ଏଯାବତ 70 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଜିଲ୍ଲାରେ ଥିବା 9ଟି ଅବକାରୀ ଷ୍ଟେସନରେ ଟିମ୍‌ ଗଠନ କରି ଚଢ଼ାଉ ଜୋରଦାର କରାଯାଇଛି । ଏଯାବତ 70 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କଠୁ 3 ହଜାର ଲିଟର ଦେଶୀ ରନ୍ଧା ମଦ, କଫ୍‌ ସିରପ, ବ୍ରାଉନସୁଗାର 350 ଗ୍ରାମ, ବିଭିନ୍ନ ଅପମିଶ୍ରିତ ଅବକାରୀ ସାମଗ୍ରୀ ଜବତ କରଯାଇଛି । ଏହାସହ ବାଇକ , କାର ଅଟୋ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ 65 ଲକ୍ଷ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ।

ଆସନ୍ତା 20 ତାରିଖରୁ କଟକରେ ଦୁର୍ଗାପୂଜା ଆରମ୍ଭ ହେଉଥିବା ବେଳେ ସହର ସମେତ ଜିଲ୍ଲାରେ 5 ଟି କଣ୍ଟ୍ରୋଲ ରୁମ , ଓ ଗୋଟିଏ ମୋବାଇଲ ୟୁନିଟ ତମାମ ଜିଲ୍ଲା ଭ୍ରମଣ କରିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ । ପାର୍ବଣ ଆସିଲେ ଅବକାରୀ ସାମଗ୍ରୀ ଉପରେ ବେଶୀ ଚାହିଦା ବଢ଼ିଥାଏ । ଯେହେତୁ ଆଠଗଡ଼, ତିଗିରିଆ ,ସାଲେପୁର, ବଡ଼ମ୍ବା ନରସିଂହପୁର ଆଦି ଅଞ୍ଚଳରୁ ଅନେକ ସ୍ଥାନରେ ଦେଶୀ ରନ୍ଧା ମଦ ମିଳି ଥାଏ । ଏହାକୁ ପୂଜା ସମୟରେ ସମ୍ପୂର୍ଣ୍ଣ ରୂପେ ବାରଣ କରିବା ପାଇଁ ଏପରି କଡ଼ା ପଦକ୍ଷେପ ଗ୍ରହଣ କରୁଛି ରାଜ୍ୟ ଅବକାରୀ ବିଭାଗ ।

ଏହା ବି ପଢନ୍ତୁ..ବିଦ୍ୟୁତ ବିତରଣରେ କୋଟି କୋଟି ଟଙ୍କାର ମହାଠକେଇ ମାମଲା: ରାଞ୍ଚିରୁ 2 ଅଭିଯୁକ୍ତଙ୍କୁ ଧରିଲା ଓଡ଼ିଶା ପୋଲିସ

କଟକରୁ ପ୍ରତିଦିନ ବିଶେଷ ଭାବରେ ଗଞ୍ଜେଇ ଜବତ ହଉଥାଏ । ଏହା ଛଡା ବ୍ରାଉନ ସୁଗାର, ପୋଚ ଇତ୍ୟାଦି ମଧ୍ୟ ଜବତ ହୋଇଥାଏ । ତେଣୁ ଏହାକୁ ବର୍ତ୍ତମାନ ସମୟରେ ସମ୍ପୁର୍ଣ୍ଣ ରୂପେ ହଟାଇବା ପାଇଁ ଏପରି ଯୋଜନା କରିଛି ଅବକାରୀ ବିଭାଗ । ପାର୍ବଣ ଋତୁକୁ ଆଖି ଆଗରେ ରଖି ଜିଲ୍ଲାରେ 70 ଗୋଟି ମାମଲା ପଞ୍ଜୀକୃତ କରି 70 ଜଣଙ୍କୁ ଗିରଫ ବି କରିଛି ବିଭାଗ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.