ETV Bharat / state

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କନ୍ଧମାଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ଅଧିକ ପଢନ୍ତୁ...

author img

By

Published : Jun 22, 2021, 4:53 PM IST

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ , ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କଟକ: କନ୍ଧମାଳ ଜିଲ୍ଲା ଗୋଚ୍ଛପଦା ଥାନା ଅଧିନସ୍ଥ କୁମ୍ଭାହାରୁ ଗ୍ରାମରେ ପୋଲିସ ଓ ମାଓବାଦୀ ମଧ୍ୟରେ ସୋମବାର ଗୁଳି ବିନିମୟ ହୋଇଥିଲା । ପୋଲିସର କୁମ୍ବିଂ ଅପରେସନ ସମୟରେ ଏହି ଗୁଳି ବିନିମୟ ହୋଇଥିବା ବେଳେ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କୁମ୍ଭାହାରୁ ଗ୍ରାମରେ ଜୁନ 20 ଓ 21 ତାରିଖ ଦୁଇ ଦିନ ଧରି କୁମ୍ବିଂ ଅପରେସନ ଜାରି ରହିଥିଲା । SOG ଓ DVF ବାହିନୀର ମିଳିତ ଉଦ୍ୟମରେ ଏହି ମାଓ ବିରୋଧୀ ଅପରେସନ କରାଯାଇଥିଲା । ସୋମବାର ସକାଳେ କୁମ୍ବିଂ ଅପରେସନ ସମୟରେ ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନ କରିଥିଲେ । ଏହାପରେ ପୋଲିସ ଓ ମାଓ ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।

ଏହି ଗୁଳି ବିନିମୟ ସମୟରେ ପୋଲିସ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ଡାକରା ଦେଇଥିଲା । ପୋଲିସ ସୁରକ୍ଷା ଦୃଷ୍ଟିରୁ ଗୁଳି ଚାଳନା ଜାରି ରଖିଥିଲା । ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳର ଫାଇଦା ଉଠାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ମାଓ ଅସ୍ତ୍ରଶସ୍ତ୍ରକୁ ଜବତ କରିଛି । ମାଓବାଦୀମାନେ ବ୍ୟବହାର କରୁଥିବା 26 ପ୍ରକାରର ଅସ୍ତ୍ରଶସ୍ତ୍ର ସହିତ ଅନ୍ୟାନ୍ୟ ପଦାର୍ଥକୁ ପୋଲିସ ଜବତ କରିଛି ।

ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ 303 ରାଇଫଲ, INSAS ମାଗାନିଜ, ଗୋଟିଏ ହଳ ସିଭିଲ ଡ୍ରେସ, ସିଲାଇ ମେସିନ, ରେଡିଓ, ବ୍ୟାଟେରୀ, ମାଓ ୟୁନିଫର୍ମ, ଛତା, ପଲିଥିନ, ୱାକି-ଟକି ଚାର୍ଜର, କେଟିଲ, ପ୍ଲାଷ୍ଟିକ ବାକ୍ସ, ପାଣି ବୋତଲ ଆଦି ସାମଗ୍ରୀ ପୋଲିସ ଜବତ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.