ETV Bharat / state

ମହିଳା ସବ‌-ଇନିସପେକ୍ଟରଙ୍କ ମହାନତା, ମହିଳାଙ୍କୁ ନିଜ ହାତରେ ଖୁଆଲେ ଭାତ - ଦରଘା ବଜାର ନ୍ୟୁଜ

ପୋଲିସଙ୍କ ଉଦାରତା । ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଦରଘା ବଜାର ଅଞ୍ଚଳରେ ରାସ୍ତାରେ ଯାଉଥିବା ବେଳେ କିଛି ପୋଲିସ କର୍ମଚାରୀ ତାଙ୍କୁ ଶୁଖିଲା ଖାଦ୍ୟ ଦେଇଥିଲେ କିନ୍ତୁ ସେ ନଖାଇ ପକାଇ ଦେଇଥିଲେ। ଏହି ସମୟରେ ସବ-ଇନିସପେକ୍ଟର ବର୍ଷା ମହାନ୍ତି ତାଙ୍କୁ ଭାତ ଡାଲମା ଆଣି ଖାଇବାକୁ ଦେଲେ।

example-of-humanity-si-barsha-mohanty-feed-a-woman-at-cuttack-city
ମହିଳା ସବ‌-ଇନିସପେକ୍ଟରଙ୍କ ମହାନୀୟତା, ମହିଳାଙ୍କୁ ନିଜ ହାତରେ ଖୁଆଲେ ଭାତ
author img

By

Published : Apr 17, 2020, 11:12 AM IST

Updated : Apr 18, 2020, 10:18 AM IST

କଟକ: କୋରୋନା ଯୋଗୁଁ ଚାରିଆଡେ ଲକଡାଉନ । ଏହି ସମୟରେ ପୋଲିସ ଦେଖାଉଛି ମହାନତା । କର୍ତ୍ତବ୍ୟ ନିଷ୍ଠା ସହ ବଦାନ୍ୟତା ଗୁଣରେ ବି ବେଶ ଆଗରେ କମିଶନରେଟ ପୋଲିସ । ଯାହାକୁ ନେଇ ଏବେ ରାଜ୍ୟ ତମାମ ଚର୍ଚ୍ଚା । କାରଣ ଲକଡାଉନ ସମୟରେ ନିଜ ଜୀବନକୁ ଭୁଲି ଅନ୍ୟ ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ଲାଗିପଡିଛନ୍ତି ପୋଲିସ କର୍ମଚାରୀ ।

ମହିଳା ସବ‌-ଇନିସପେକ୍ଟରଙ୍କ ମହାନୀୟତା, ମହିଳାଙ୍କୁ ନିଜ ହାତରେ ଖୁଆଲେ ଭାତ

ତେବେ ଏହାରି ଭିତରେ ସିଲଭରିସିଟିରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ବେଶ ହୃଦୟସ୍ପର୍ଶୀ । ଗୋଟିଏ ଭୋକିଲା ମାଆ ପେଟକୁ ନିଜ ହାତରେ ଜଣେ ପୋଲିସ କର୍ମଚାରୀ ଖୁଆଇ ଦେବା ଦୃଶ୍ୟ । ଯାହାକୁ ଦେଖିଲେ ଆଖିରେ ଲୁହ ଆସିବା ସ୍ବାଭାବିକ । ନିଜ ଝିଅ ପରି ମାଆଙ୍କୁ ଖୁଆଇ ଦେଉଛନ୍ତି ଏହି ମହିଳା ପୋଲିସ। ସେ ମହିଳା କର୍ମଚାରୀ ଜଣଙ୍କ କଟକ ମହିଳା ଥାନାରେ ସବଇନିସପେକ୍ଟର ଭାବରେ କାର୍ଯ୍ୟ କରନ୍ତି । ନାଁ ତାଙ୍କର ବର୍ଷା ମହାନ୍ତି । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ନିଜ ହାତରେ ଖୁଆଇ ନିଜର ଉଦରତା ଭାବକୁ ସ୍ବତନ୍ତ୍ର ପରିଚୟ ଦେଉଛନ୍ତି ସେ ।

ସୂଚନାନୁସାରେ, ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଦରଘା ବଜାର ଅଞ୍ଚଳରେ ରାସ୍ତାରେ ଯାଉଥିବା ବେଳେ କିଛି ପୋଲିସ କର୍ମଚାରୀ ତାଙ୍କୁ ଶୁଖିଲା ଖାଦ୍ୟ ଦେଇଥିଲେ କିନ୍ତୁ ସେ ନଖାଇ ପକାଇ ଦେଇଥିଲେ। ଏହି ସମୟରେ ସବଇନିସପେକ୍ଟର ବର୍ଷା ମହାନ୍ତି ତାଙ୍କୁ ଭାତ ଡାଲମା ଆଣି ଖାଇବାକୁ ଦେଲେ। କିନ୍ତୁ ସେ ନଖାଇବାରୁ ତାଙ୍କୁ ସେ ନିଜ ହାତରେ ପୁଡିଆ ଖୋଲି ପାଟିରେ ଖୁଆଇ ଦେଇଥିଲେ। ଏହା ପରେ ତାଙ୍କୁ କିଛି ବିସ୍କୁଟ ଏବଂ ପାଉଁରୁଟି ଖାଇବାକୁ ଦେଇଥିଲେ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Apr 18, 2020, 10:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.