କଟକ: ପାଖେଇ ଆସୁଛି ମାଆଙ୍କ ପୂଜା । ଏନେଇ କଟକ ସହରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ପ୍ରଶାସନ କଟକର ସବୁ ପୂଜା କମିଟିମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । । ତେବେ ଏହାରି ଭିତରର ସହରର ପୂଜା ମଣ୍ଡପଗୁଡିକରେ ମିଟର ଲାଗିବା ନେଇ ଯେଉଁ ପ୍ରଶ୍ନ ଉଠିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇଛି । ପ୍ରତି ମଣ୍ଡପରେ ଲାଗିବ ଇଲେକ୍ଟ୍ରି ମିଟର । ଏନେଇ TPCODL ପକ୍ଷରୁ ସ୍ପଷ୍ଟ କରାଯାଇଛି । କରାଣ ହଜାର ବର୍ଷର ସହରରେ ଏହି ପୂଜାକୁ ଆଡ଼ମ୍ବରର ସହ ପାଳନ କରାଯାଏ ।ତେଣୁ ବିଦ୍ୟୁତ ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିିଛି ।
ତେବେ ଗତକାଲି ଜିଲ୍ଲା ପ୍ରଶାସନ ଡାକିଥିବା ଦୁର୍ଗାପୂଜା ବୈଠକରେ ଅନେକ ଦିଗ ଉପରେ ଆଲୋଚନା ହୋଇଥିଲା । ପୂଜା ପୂର୍ବରୁ ସହର ରାସ୍ତା ଘାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପକ୍ଷରୁ ବୈଠକରେ ପ୍ରତିଶୃତି ଦେଆଯାଇଛି । ପୂଜା କମିଟି ତରଫରୁ ପୂଜା ସମୟରେ 24 ଘଣ୍ଟିଆ ପାନୀୟ ଜଳ ଯୋଗେଇଦେବା ଏବଂ ବିଦ୍ୟୁତ୍ କାଟ ନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଅନ୍ୟପଟେ ମଣ୍ଡପରେ ମିଟର ଲାଗିବା ପ୍ରସଙ୍ଗକୁ ସ୍ୱାଗତ କରିଛନ୍ତି ପୂଜା କମିଟି । ଏହାସହ ଯେଉଁ ପୂଜା କମିଟି ଠାକୁର ଘରର ପୁର୍ବରୁ ମିଟର ରହିଛି ଆଉ ସେମାନଙ୍କର ମିଟର ନ ଲଗେଇବା ପାଇଁ ଦାବି କରିଛନ୍ତି ପୂଜା କମିଟି ସଦସ୍ୟ । ଏହାସହ ପୂଜା ସମୟରେ ବିଦ୍ୟୁତ ତାର ଗୁଡିକ ସୁରକ୍ଷିତ ଭାବେ ଉପରକୁ ବାନ୍ଧିବା ଓ ଯେପରି ବିଦ୍ୟୁତ ବାରମ୍ବାର କାଟ ନ ହୁଏ ସେଦିଗରେ ଧ୍ୟାନ ଦେବା ପାଇଁ ଦାବି ହୋଇଛି ।
ଏହା ମଧ୍ୟ ପଢନ୍ତୁ....ଗଡୁଛି ସମୟ ସରୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ
ଏହି ବୈଠକରେ କଟକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । କଟକରେ ସହରରେ ସମସ୍ତ ଅଞ୍ଚଳକୁ ଓ୍ବାଟକୋ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ହୋଇ ନଥିବାରୁ ଏହାକୁ ଶୀଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ବୈଠକରେ ଦାବି କରିଥିଲେ ଅନେକ ପୂଜା କମିଟି । ଓ୍ବାଟକୋ ତରଫରୁ ପାଇପ ଲାଇନ ପଡିଵା ଯୋଗୁଁ ଯେଉଁ ରାସ୍ତା ଖରାପ ହୋଇଛି, ସେଗୁଡିକୁ ୧୫ ତାରିଖ ଭିତରେ କାମ କରାଯିବା ନେଇ ଓ୍ବାଟକୋ ପକ୍ଷରୁ ସୂଚନା ମିଳିଛି । ଏହା ସହ ସହରର ପ୍ରମୁୁଖ ସ୍ଥାନରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦିଆଯିବ । ଯାହାଦ୍ୱାରା ପୂଜା ସମୟରେ କେହି ଅସୁବିଧାର ସମୁଖିନ ନ ହେବେ,ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି । ଦୁର୍ଗାପୂଜା ସମୟରେ ଏସସିବି ସମ୍ପ୍ରସାରଣ କାମ ପାଇଁ ବଡ ଗାଡି ଚଳାଚଳ ସହରରେ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ପ୍ରତିବର୍ଷ ଦୁର୍ଗା ପୂଜା ଆସିଲେ ରାସ୍ତା ଘାଟ ସମସ୍ୟା କଥା ଉଠେ । ବର୍ଷା ଯୋଗୁଁ ରାସ୍ତା ଘାଟର ମରାମତି କାର୍ଯ୍ୟ ବିଳମ୍ବ ହେଉଛି । ତେଣୁ ସରକାର ଆସନ୍ତା ଅକ୍ଟୋବର 5 ତାରିଖ ପୂର୍ବରୁ ରାସ୍ତାଘାଟ ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ସାଂସଦ ଭର୍ତ୍ତୃହରି ମହତାବ ।
ଇଟିଭି ଭାରତ,କଟକ