ETV Bharat / state

ଉଗ୍ରରୂପ ନେଲା ପାରିବାରିକ କଳହ, ବଡ ଭାଇର ଛୁରାମାଡରେ ସାନ ଭାଇ ଗୁରୁତର

ପାରିବାରିକ କଳହକୁ ନେଇ ସାନ ଭାଇକୁ ଛୁରା ମାଡ କଲା ବଡ ଭାଇ । ଅଭିଯୋଗ ପରେ ପୋଲିସର ତନାଘନା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 17, 2023, 2:46 PM IST

ଉଗ୍ରରୂପ ନେଲା ପାରିବାରିକ କଳହ

ନିଆଳି: ଉଗ୍ରରୂପ ନେଲା ପାରିବାରିକ କଳହ। ସାନ ଭାଇକୁ ଆକ୍ରମଣ କଲେ ବଡ ଭାଇର ପରିବାର ଲୋକେ । ଛୁରାମାଡରେ ସାନ ଭାଇ ଗୁରୁତର ହୋଇଥିବା ସୂଚନା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ପହଙ୍ଗା ପଞ୍ଚାୟତ ବଢେଇ ସାହିରେ । ଗୁରୁତର ଯୁବକ ଜଣଙ୍କୁ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି ନିଆଳିର ଆଉ ଏକ ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ତିନି ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ବଢେଇ ସାହିର ସୂର୍ଯ୍ୟମଣି ପରିଡା ଓ ଅମୀୟ ପରିଡ଼ାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗତକାଲି ବଚସା ହୋଇଥିଲା । ଯାହା ପରବର୍ତ୍ତୀ ମୁହୁର୍ତ୍ତରେ ଉର୍ଗରୂପ ଧାରଣା କରିଥିଲା । ଫଳରେ ସୂର୍ଯ୍ୟମଣି ସାନ ଭାଇ ଅମୀୟଙ୍କୁ ଏକ ଛୁରୀରେ ଆକ୍ରମଣ କରିବାରୁ ଗୁରୁତର ହୋଇ ପଡିଥିଲେ ଅମିୟ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସୂର୍ଯ୍ୟମଣି ଓ ତାଙ୍କ ପୁଅ । ପର ମୁହୁର୍ତ୍ତରେ ଅମୀୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ନିଭରଣ ପଞ୍ଚାୟତର କୋଠ ମୂଳ ଗାଁରେ ଗତକାଲି ଦୁର୍ବୃତ୍ତ ମାନେ ପିଣ୍ଟୁ ପରିଡାଙ୍କ ଘରେ କଳାକାନ ବୁଲାଇଥିଲେ । ରାତି ପ୍ରାୟ 12ଟା ସମୟରେ ପିଣ୍ଟୁ ପରିଡାଙ୍କ ପରିବାର ଗ୍ରାମର ହନୁମାନ ପୀଠକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଏହି ସମୟରେ ଝିଅ ବାହାଘର ପାଇଁ ଘରେ ଥିବା 3 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ନଗଦ 3 ହଜାର 500 ଟଙ୍କା ଲୁଟି ନେଇଥିଲେ ଲୁଟେରା । ପ୍ରଥମେ ଘର ତାଲା ଭାଙ୍ଗିବା ପରେ 2ଟି ଟ୍ରଙ୍କକୁ ବାହାରକୁ ନେଇଯାଇଥିଲେ ଲୁଟେରା । ଏହାପରେ ଘରଠାରୁ କିଛି ଦୂରରେ ଥିବା ଜଙ୍ଗଲକୁ ଯାଇ ଟ୍ରଙ୍କରେ ଥିବା 3ଭରିର ସୁନା ଚେନ୍‌, 2ଟି ସୁନା ମୁଦି, 4ଟି ସୁନା ବାହୁଟି, ରୂପା ପାଉଁଜି ଓ ବାକ୍ସରେ ଥିବା 3ହଜାର 500 ଟଙ୍କାକୁ ଧରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ଦୁର୍ବୃତ୍ତ । ଘରୁ ତୋରି ହୋଇଥିବା ନେଇ ପରିବାର ଲୋକେ ଜାଣିବା ପରେ ନିଆଳି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ, ଡଗ୍ ସ୍କ୍ବାଡ୍‌ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ଅପରାହ୍ନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.