ETV Bharat / state

ଭାଇଚାରାର ସହର କଟକରେ ଇଦ୍ ପାଳିତ

ଭାଇଚାରାର ସହର କଟକରେ ଧୁମ୍‌ଧାମରେ ପାଳିତ ହୋଇଛି ଇଦ୍‌ ପର୍ବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 5, 2019, 6:25 PM IST

କଟକ: ଆଜି (ବୁଧବାର) ହେଉଛି ପବିତ୍ର ଇଦ୍ । ମଙ୍ଗଳବାର ଚାନ୍ଦ ଦେଖିବାପରେ ବୁଧବାର ଇଦ୍ ପାଳିଛନ୍ତି ମୁସଲମାନ ଶ୍ରଦ୍ଧାଳୁମାନେ । ସମୂହ ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଖୁବ୍ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରିଛନ୍ତି । ଭାଇଚାରାର ସହର କଟକରେ ଧୁମ୍‌ଧାମରେ ପାଳିତ ହୋଇଛି ଏହି ପର୍ବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଇଦ୍ ଅବସରରେ ସହରର ଥିବା ସମସ୍ତ ମସଜିଦରେ ନମାଜ ପାଠ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମସଜିଦଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କଦମରସୁଲ ଠାରେ ଥିବା ମସଜିଦରେ ୨ଟି ପର୍ଯ୍ୟାୟରେ ସମୂହ ନମାଜ ପାଠ କରାଯାଇଥିଲା । କଟକର ସର୍ବପୂରାତନ ଇଦଘା ଠାରେ ଶେଷ ନମାଜ ପାଠ କରାଯାଇଥିଲା । ଭିନ୍ନ ଧର୍ମର ଲୋକ ମଧ୍ୟ ଏହି ପର୍ବକୁ ଭାଇଚାରାର ନିଦର୍ଶନ ରୂପେ ପାଳନ କରିଛନ୍ତି । ଏହି କ୍ରମରେ ଅଭିନେତା ଅରିନ୍ଦମ ରାୟ ମସଜିଦ ଯାଇ ପର୍ବରେ ସାମିଲ ହୋଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.