କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳପତି, କୂଳସଚିବଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ଗୁରୁବାର ଆଲୋଚନା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ।
ବିଶ୍ୱବିଦ୍ୟାଳୟର ପରୀକ୍ଷା କିଭଳି ଠିକ୍ ସମୟରେ ହେବ, ପରୀକ୍ଷା ଫଳ ମଧ୍ୟ କିପରି ସଠିକ୍ ସମୟରେ ପ୍ରକାଶ ପାଇବ ସେନେଇ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କ୍ୟାମ୍ପସରେ କିଭଳି ଶୈକ୍ଷିକ ବାତାବରଣ ଅଣାଯିବ ତାକୁ ନେଇ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଛନ୍ତି । ତେବେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ସଙ୍କଟ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଯେହେତୁ ଅଧ୍ୟାପକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ସେଥିପାଇଁ ଏହି ସମସ୍ୟା ରହିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ