ETV Bharat / state

ଧରାବତରଣ କରିବେ ମା’ ଦଶଭୂଜା, ଜଗତଜନନୀଙ୍କୁ ଲାଗି ହେଲା ଖଡି ରଙ୍ଗ

author img

By ETV Bharat Odisha Team

Published : Oct 14, 2023, 7:49 PM IST

ମା’ଙ୍କ ଖଡିଲାଗି ପର୍ବ । ପରମ୍ପରା ଅନୁଯାୟୀ ମୃଣ୍ମୟୀ ମୂର୍ତ୍ତିରେ ଆଜିଠାରୁ ଖଡି ଲାଗି କରାଯାଇଛି । ଅଧିକ ପଢନ୍ତୁ

ମା‘ଙ୍କ ଖଡିଲାଗି ପର୍ବ
ମା‘ଙ୍କ ଖଡିଲାଗି ପର୍ବ
ମା‘ଙ୍କ ଖଡିଲାଗି ପର୍ବ

କଟକ: ଆଜି ପଵିତ୍ର ମହାଳୟା । ପରମ୍ପରା ଅନୁଯାୟୀ ମୃଣ୍ମୟୀ ମୂର୍ତ୍ତିରେ ଆଜିଠାରୁ ଖଡି ଲାଗି କରାଯାଇଛି । ବିଶ୍ୱାସ ରହିଛି ଏହି ଦିନ ଠାରୁ ମୃଣ୍ମୟୀ ମୂର୍ତ୍ତି ଠାରେ ଖଡି ଲାଗି କରାଯାଇ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହି ଅବସରରେ ସହରର ବିଭିନ୍ନ ପୂଜା ମଣ୍ଡପ ଠାରେ ଖଡି ଲାଗି କରାଯାଇଛି । କଟକର ଖାନନଗର ପୂଜା ମଣ୍ଡପରେ ପୂଜାପରେ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ବିଭିନ୍ନ ମଣ୍ଡପରେ କମ ସମୟ କାରଣରୁ ଅଧିକ କାରିଗର ସାହାଯ୍ୟରେ ରଙ୍ଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା ।

ପାଖେଇ ଆସୁଛି ଦଶହରା । ଆଉ ମାତ୍ର ଦିନ କେଇଟା ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଦଶଭୂଜା । ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି କଟକ ସହର । ଆଜି ପବିତ୍ର ମହାଳୟା ଥିବାରୁ ଆଜିଠାରୁ ଆରମ୍ଭ ହୋଇଛି ମାଙ୍କ ରଙ୍ଗ କାର୍ଯ୍ୟ । ଆଜି ଖଡି ଲାଗି ଅମାବାସ୍ୟାରେ ମୃଣ୍ମୟୀ ମୂର୍ତ୍ତି ଠାରେ ଖଡି ଲାଗି କରାଯିବାର ପରମ୍ପରା ରହିଛି । ଆଉ ଏହି ପରମ୍ପରା ଅନୁଯାୟୀ ପୂଜା ମଣ୍ଡପ ଠାରେ ପ୍ରଥମେ ପୂଜା କରାଯାଇଥିଲା । ପରେ ମୃଣ୍ମୟୀ ମୂର୍ତ୍ତି ଠାରେ ଖଡି ଲାଗି କରିଥିଲେ ମୂର୍ତ୍ତୀ କାରିଗର ।

ମୂର୍ତ୍ତି କାରିଗର ରାକେଶ ବେହେରା କହିଛନ୍ତି, ‘‘ହାତରେ ଆଉ ମାତ୍ର କମ ଦିନ । ସେଥିପାଇଁ ପ୍ରତି ମଣ୍ଡପ ଠାରେ ଏକାଧିକ କାରିଗର ଲାଗି ପଡିଛନ୍ତି ମାଙ୍କ ମୂର୍ତ୍ତୀ କାର୍ଯ୍ୟରେ । ସବୁଠାରୁ ବଡ କଥା ହେଉଛି,ଏଥର ମହାଳୟା ଠାରୁ ପୂଜା କମ ଦିନର ବ୍ୟବଧାନ ରହିଥିବାରୁ ମୂର୍ତ୍ତିରେ ରଙ୍ଗ ଦେବା କାର୍ଯ୍ୟପାଇଁ କମ ସମୟ ରହିଛି । ତେବେ ଆସନ୍ତା ଷଷ୍ଠୀ ପୂଜାପୂଜା ପୂର୍ବରୁ ରଙ୍ଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।’’

ଏହା ମଧ୍ୟ ପଢନ୍ତୁ...ଷୋଡଶ ଉପଚାରରେ ପୂଜା ପାଉଛନ୍ତି ମାଆ ଉଗ୍ରତାରା

ପୂଜକ ହିମାଂଶୁ ଭୂଷଣ ରଥ ଶର୍ମା କହିଛନ୍ତି, ‘‘ ଆଶ୍ୱିନ ମାସର ପ୍ରଥମ ପକ୍ଷ "ପିତୃ ପକ୍ଷ" ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା ମହାଳୟା ଅମାବାସ୍ୟା ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଏକ ଶୁଭଦିନରେ ମା’ଙ୍କ ଖଡିଲାଗି କରାଗଲେ ମା’ଙ୍କ ମୃଣ୍ମୟୀ ମୃର୍ତ୍ତିକାରେ ଜୀବ ତତ୍ତ୍ବର ସଞ୍ଚାର ହୋଇଥାଏ । ଆଜି ମା’ଙ୍କ ମୁଖରେ ଖଡ଼ି ଲାଗି କରିବା ପରେ ସଂପୂର୍ଣ୍ଣ ମୂର୍ତ୍ତି ଓ ପାର୍ଶ୍ଵ ଦେବାଦେବୀଙ୍କୁ ଖଡ଼ିଲାଗି କରାଯାଇଥିଲା ।’’

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.