ETV Bharat / state

ତେଲ ବୋତଲରେ ଜହର, କଟକରେ ନକଲି କମ୍ପାନୀ ଠାବ - duplicate idible oil factory

କମିଶନରେଟ ପୋଲିସ ଏକ ନକଲି ତେଲ ତିଆରି କାରଖାନାରେ ଚଢାଉ କରିଛି । କାରଖାନାର ମାଲିକ ଓ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 28, 2019, 8:23 PM IST

କଟକ: କଟକ ବମ୍ପକୁଦରେ କମିଶନରେଟ ପୋଲିସ ଏକ ନକଲି ତେଲ ତିଆରି କାରାଖାନାରେ ଚଢାଉ କରିଛି । ଘଟଣାସ୍ଥଳରୁ 30 ହଜାରରୁ ଅଧିକ ଲିଟର ନକଲି ତେଲକୁ ପୋଲିସ ଜବତ କରିବା ସହ କାରଖାନାକୁ ସିଲ କରିଛି। ଘଟଣାରେ ସଂପୃକ୍ତ 2 ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବମ୍ପକୁଦ ଅଞ୍ଚଳରେ ନକଲି ତେଲ ପ୍ରସ୍ତୁତ ହେଉଥିବା ଖବର ପାଇ ସଦର ଥାନା ପୋଲିସ ଚଢ଼ାଉ କରିଥିଲା। କାରଖାନାରୁ 30 ହଜାର ଲିଟରରୁ ଉର୍ଦ୍ଧ୍ବ ନକଲି ତେଲ ଜବତ କରିଛି। ଏଥିସହ ବ୍ୟବହୃତ ହେଉଥିବା ଟ୍ରକ, ତେଲ ପ୍ରସ୍ତୁତ ସାମଗ୍ରୀକୁ ମଧ୍ୟ ଜବତ କରିଛି ପୋଲିସ। ସେହିପରି କାରଖାନାଟିକୁ ମଧ୍ୟ ସିଲ କରାଯାଇଛି। ଏହି କାରଖାନାର ମାଲିକ ଓ ମ୍ୟାନେଜରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ବିଶେଷକରି କିଭଳି ଏହା ପ୍ରସ୍ତୁତ କରାଯାଉଥିଲା? କେଉଁଠୁ କଞ୍ଚାମାଲ ଆସୁଥିଲା? ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି? ଆଦି ସମସ୍ତ ଦିଗରେ ତଦନ୍ତ ଚଳାଇଛି କମିଶନରେଟ ପୋଲିସ। ତେବେ ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି।

ସୂଚନାଯୋଗ୍ୟ, ବମ୍ପିକୁଦ ଅଞ୍ଚଳରେ ପ୍ରାୟ 15ଗୁଣ୍ଠ ଜମିରେ ଦୀର୍ଘ ବର୍ଷ ଧରି ନକଲି ତେଲ କାରଖାନା ଚାଲିଥିଲା । କଲିକତାର ହଳଦିଆରୁ ଆସୁଥିଲା କଞ୍ଚାମାଲ। ସେଥିରେ ଅପମିଶ୍ରଣ କରି ପ୍ରସ୍ତୁତ କରାଯାଉଥିଲା ଖାଇବା ତେଲ। ଗୋଟିଏ ପ୍ରକାର ତେଲରୁ ପ୍ରସ୍ତୁତ ହେଇଥିଲା ବିଭିନ୍ନ ପ୍ରକାର ବ୍ରାଣ୍ଡର ତେଲ। କେହି ଯେପରି ଜାଣି ନ ପାରିବେ, ସେଥିରେ ନାମୀ ଦାମୀ କମ୍ପାନୀର ଷ୍ଟିକରିଂ କରି ବଜାରକୁ ଛଡା ଯାଉଥିଲା। ଏପରିକି ଉପକୂଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଏହି ନକଲି ତେଲକୁ ପଠାଯାଉଥିଲା। ବିଶେଷକରି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ ଆଦି ଅଞ୍ଚଳର ଦୋକାନ ମାନଙ୍କରେ ଏହାକୁ ବିକ୍ରି କରାଯାଉଥିଲା।

ପୂର୍ବରୁ ନକଲି ସାବୁନ, ନକଲି ସିମେଣ୍ଟ, ନକଲି ମସଲା ପ୍ରସ୍ତୁତ କରୁଥିବା କାରଖାନାକୁ ପୋଲିସ ଠାବ କରିଛି। ହେଲେ କଟକରେ ପୁଣି ବଡ ଧରଣର ନକଲି ତେଲ କାରଖାନା ଠାବ ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛି ।

କଟକରୁ ନାରାୟଣ ସାହୁ ,ଇଟିଭି ଭାରତ

Intro:କଟକରେ ନକଲି ତେଲ କାରଖାନା ଠାବ।କଟକ ସଦର ଅଞ୍ଚଳର ବମ୍ପକୁଦ ନିକଟରେ ଏହି କାରଖାନାକୁ କମିଶନରେଟ ପୋଲିସ ସିଜ କରିବା ସହ 30 ହଜାରରୁ ଅଧିକ ଲିଟର ନକଲି ତେଲ ଜବତ କରିଛି ।ଏଥିସହ ନକଲି ତେଲ କାରଖାନାକୁ ସିଲ କରିଛି ପୋଲିସ।ଅନ୍ୟପଟେ ଏହି ଘଟଣାରେ 2 ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ।

Body:(ଭି ଓ -୧ )ଆପଣ ଖାଇବା ତେଲ ବଦଳରେ କିଣୁଛନ୍ତି ଜହର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ।କିନ୍ତୁ କଥାଟା ସତ୍ୟ।କଟକ ସଦର ଥାନା ଅଞ୍ଚଳର ବମ୍ପିକୁଦ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଚାଲିଥିଲା ଏହି ନକଲି ତେଲ କାରଖାନା।ପ୍ରାୟ 15ଗୁଣ୍ଠରୁ ଅଧିକ ଜମିରେ ଚାଲିଥିଲା ଏହି ନକଲି କାରଖାନା।ବିଭିନ୍ନ ବ୍ରାଣ୍ଡର ଖାଇବା ତେଲ ପ୍ରସ୍ତୁତ କରାଯାଉଥିଲା ଏହି କାରଖାନାରୁ।କଲିକତାର ହଳଦିଆ ରୁ ଆସୁଥିଲା ତେଲ।ଏଥିରେ ଅପ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିଲା ଖାଇବା ତେଲ।ଗୋଟିଏ ପ୍ରକାର ତେଲରୁ ପ୍ରସ୍ତୁତ ହେଇଥିଲା ବିଭିନ୍ନ ପ୍ରକାର ବ୍ରାଣ୍ଡ ର ତେଲ।କେହି ଯେପରି ଜାଣି ନ ପାରିବେ,ସେଥିରେ ନାମୀ ଦାମୀ କମ୍ପାନୀର ଷ୍ଟିକରିଂ କରି ବଜାରକୁ ଏହା ଛଡା ଯାଉଥିଲା।ଏପରିକି ଉପକୂଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଏହି ନକଲି ତେଲକୁ ପଠାଯାଉଥିଲା।ବିଶେଷକରି ଅନୁଗୁଳ,ଢେଙ୍କାନାଳ,ଭଦ୍ରକ,କେନ୍ଦ୍ରାପଡା,ଯାଜପୁର,କଟକ ଆଦି ଅଞ୍ଚଳର ଦୋକାନ ମାନଙ୍କରେ ଏହାକୁ ବିକ୍ରି କରାଯାଉଥିଲା।

ବାଇଟ - ସର୍ବେଶ୍ୱର ସାହୁ,କର୍ମଚାରୀ ,ନକଲି ତେଲ କାରଖାନା।

(ଭିଓ -୨)ଖବର ପାଇ କଟକ ସଦର ଥାନା ପୋଲିସ ଏହି ନକଲି କାରଖାନା ଉପରେ ଚଢ଼ାଉ କରିଥିଲା।କାରଖାନାରୁ 30 ହଜାର ଲିଟର ରୁ ଉର୍ଦ୍ଧ୍ବ ନକଲି ତେଲ ଜବତ କରିଛି।ଏଥିସହ ବ୍ୟବହୃତ ହେଉଥିବା ଟ୍ରକ ,ତେଲ ପ୍ରସ୍ତୁତ ସାମଗ୍ରୀ କୁ ମଧ୍ୟ ଜବତ କରିଛି ପୋଲିସ।ସେହିପରି କାରଖାନାଟିକୁ ମଧ୍ୟ ସିଲ କରାଯାଇଛି।ତେବେ ଏହି କାରଖାନା ର ମାଲିକ ଓ ମ୍ୟାନେଜର ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।ବିଶେଷକରି କିଭଳି ଏହା ପ୍ରସ୍ତୁତ କରାଯାଉଥିଲା,କେଉଁଠୁ ର ମାଟିରିଆଲସ ଅଣା ଯାଉଥିଲା,ଏଥିରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ନାଁ ନାହିଁ ,ଆଦି ସମସ୍ତ ଦିଗ ରେ ତଦନ୍ତ ଚଳାଇଛି କମିଶନରେଟ ପୋଲିସ।ତେବେ ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କଟକ ଡିସିପି କହିଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Conclusion:ନକଲି ସାବୁନ,ନକଲି ସିମେଣ୍ଟ,ନକଲି ମସଲା ଭଳି ପୂର୍ବରୁ ମଧ୍ୟ ଏଭଳି ନକଲି ତେଲ କାରଖାନା କୁ ପୋଲିସ ଠାବ କରିଛି।ଏହାସତ୍ତ୍ୱେ କଟକରେ ପୁଣି ବଡ ଧରଣର ନକଲି ତେଲ କାରଖାନା ଠାବ ଯାହାକୁ ନେଇ ଚିନ୍ତାରେ ଖାଉଟି।ଆମେ ଜାହାକୁ ଖାଉଛୁ ତାହା ଅସଲି କି ନକଲି ଜାଣିବା ଅସମ୍ଭବ ହୋଇଯାଇଛି।କଟକରୁ ନାରାୟଣ ସାହୁ ,ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.