ନିଆଳି : ଆଜି ହେଉଛି ପବିତ୍ର ଦୋଳ ଉତ୍ସବ । ଏନେଇ ଇତ୍ସବ ମୁଖର ଗାଁ ଠୁ ସହର । ସବୁଠି ଧୁମଧାମରେ ହେଉଛି ପାଳନ ହେଉଛି ଏ ପର୍ବ।
ଦୋଳ ଉତ୍ସବ ଯାଦବ ସମ୍ପ୍ରଦାୟର ମାନଙ୍କର ବଡ ପର୍ବ। ଏ ଅବସରରେ କଟକ ଜିଲ୍ଲାର ନିଆଳି ଅଞ୍ଚଳର ରାଣୀପଡା ଗାଁରେ ଜାକଜମକରେ ଗୋପାଳ ପରିବାର ଗୁଡିକ ପକ୍ଷରୁ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଯାଦବ ଭାଇ ଓ ଭଉଣୀ ମାନେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି।
ଏହି ଦୋଳ ପୂର୍ଣ୍ଣିମା ଉତ୍ସବରେ ବାଡି ଓ ଲଉଡି ଖେଳ ହୋଇଥାଏ। ହେଲେ ଗତ ଦୁଇ ବର୍ଷ ଧରି ମହାମାରୀ କାରଣରୁ ଧୁମଧାମରେ ପାଳନ ହୋଇ ପାରୁ ନଥିଲା । ଏଥର କଟକଣା କୋହଳ ହୋଇଥିବାରୁ ଏ ପର୍ବକୁ ଅତି ଉତ୍ସାହର ସହ ପାଳନ କରୁଛନ୍ତି ଗୋପାଳ ପରିବାର ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ