ETV Bharat / state

Baliyatra 2022: ଜମୁଛି ଅତର ବ୍ୟବସାୟ, ଷ୍ଟଲରେ ଲାଗୁଛି ଗ୍ରାହକଙ୍କ ଭିଡ - ଜମୁଛି ଅତର ବ୍ୟବସାୟ

ବାଲିଯାତ୍ରାରେ ପରଫ୍ୟୁମ ଏବଂ ସାବୁନ ଷ୍ଟଲ ଆଗରେ ଲାଗୁଛି ଲୋକଙ୍କ ଭିଡ । ଭଲ ଅଫର ସହ ସୁଗନ୍ଧ ରହିଥିବା ପରଫ୍ୟୁମ ମିଳୁଥିବାରୁ ଷ୍ଟଲ ଆଗରେ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି । ଅଧିକ ପଢନ୍ତୁ

Baliyatra 2022
Baliyatra 2022
author img

By

Published : Nov 17, 2022, 12:47 PM IST

କଟକ: ବର୍ତ୍ତମାନ ସମୟରେ ସାବୁନ ଏବଂ ପରଫ୍ୟୁମର ଚାହିଦା ଯୁବପିଢିଙ୍କ ମଧ୍ୟରେ ବେଶ ଅଧିକା ରହିଛି । ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ବ୍ରାଣ୍ଡର ସାବୁନ ବ୍ୟବହାର କରିଥାନ୍ତି । ବର୍ତ୍ତମାନ କଟକ ଐତିହାସିକ ବାଲିଯାତ୍ରା ଚାଲିଥିବା ବେଳେ ସାବୁନ ଏବଂ ପରଫ୍ୟୁମର ଚାହିଦା ବେଶ ଅଧିକା ରହିଛି । ସୁଗନ୍ଧ ସହ ଆକର୍ଷଣୀୟ ଅଫର ରହିଥିବା ଯୋଗୁଁ ଷ୍ଟଲ ଗୁଡିକରେ ଭିଡ ଦେଖିବାକୁ ମିଳୁଛି ।

Baliyatra 2022

ଆମେ ସମସ୍ତେ ପ୍ରାୟ ପ୍ରତ୍ୟକ ଦିନ ଗାଧୋଇବା ବେଳେ ସାବୁନ ବ୍ୟବହାର କରିଥାଉ । ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ବ୍ରାଣ୍ଡର ସାବୁନ ବ୍ୟବହାର କରିଥାନ୍ତି । ବେନାମୀ ସାବୁନ ବ୍ୟବହାର କରିବା ଦ୍ୱାରା ଅନେକ ସାଇଡ ଇଫେକ୍ଟ ମଧ୍ୟ ଦେଖା ଯାଇଥାଏ । ଫଳରେ ଅନେକ ଲୋକଙ୍କର ଦେହ ସାରା ଆଲାର୍ଜି ହେଉଯାଉଥିବା ଦେଖାଯାଏ । ଏଭଳି ସ୍ଥିତିରେ ବିଭିନ୍ନ କମ୍ପାନୀମାନେ ମାନ ଯାଞ୍ଚ କରି ସାବୁନ ପ୍ରସ୍ତୁତ କରିଥାନ୍ତି । ଯାହାକି ଖାଉଟିଙ୍କ ପାଇଁ ସୁବିଧା ହୋଇଥାଏ । ଆଉ ଖାଉଟିମାନେ ଏଥିପ୍ରତି ଆକୃଷ୍ଟ ହୋଇଥାନ୍ତି । କେବଳ ସାବୁନ ନୁହେଁ ବରଂ ପରଫ୍ୟୁମ କଥା ବି ପ୍ରାୟତଃ ସମାନ । ବେନାମୀ ବ୍ରାଣ୍ଡର ପରଫ୍ୟୁମ ବ୍ୟବହାର କରିଲେ ଶରୀର ପ୍ରତି ହାନିକାରକ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: NASA Moon Rocket Finally Lift Off: ଉତକ୍ଷେପଣର 9 ଘଣ୍ଟା ପରେ ପଠାଇଲା ଚମତ୍କାର ଦୃଶ୍ୟ

ବର୍ତ୍ତମାନ ଯୁବପିଢିଙ୍କ ମଧ୍ୟରେ ସାବୁନ ଏବଂ ପରଫ୍ୟୁମର କ୍ରେଜ ଅଧିକା ରହିଛି । ସୁଗନ୍ଧ ସହ କ୍ବାଲିଟିକୁ ଦୃଷ୍ଟିରେ ରଖି ସାବୁନ କିଣିଥାନ୍ତି । ବଜାରରେ ବି ଭଳିକି ଭଳି ସାବୁନ ଏବଂ ପରଫ୍ୟୁମ ବିକ୍ରି ହେଉଛି । କାହାର ଦାମ ଅଧିକ ତ କାହାର କମ । ଅନେକ ଲୋକ କମ ଦାମରେ ଭଲ ସୁଗନ୍ଧ ଥିବା ସାବୁନ ଏବଂ ପରଫ୍ୟୁମ କିଣି ଥାଆନ୍ତି । ମାତ୍ର ସେଥିରେ ଅଧିକ ସୁଗନ୍ଧ ରହିନଥାଏ । କଟକ ପ୍ରସିଦ୍ଧ ବାଲିଯାତ୍ରାରେ ସାବୁନ ଏବଂ ପରଫ୍ୟୁମର ଷ୍ଟଲ ଦେଖିବାକୁ ମିଳିଛି । ସୁଗନ୍ଧିତ ପରଫ୍ୟୁମ କିଣିବାକୁ ଲୋକଙ୍କ ଭିଡ ମଧ୍ୟ ଲାଗୁଛି । ଆଜି ବାଲିଯାତ୍ରାର ଶେଷଦିନ ହେଇଥିବାରୁ ଭଲ ବ୍ୟବସାୟ ହୋଇପାରେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.