ETV Bharat / state

କଟକରେ କଟକଣା କୋହଳ, ନିୟମ ବୁଝି ନପାରି ହଟହଟା ଦୋକାନୀ - କଟକରେ କଟକଣା କୋହଳ

କଟକରେ କଟକଣା କୋହଳ । ନିୟମ ବୁଝି ନପାରି ହଟହଟା ଦୋକାନୀ । ସିଏମସି ବିଜ୍ଞପ୍ତି ଜାରି କରିବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ...

Demands are being made for the CMC to issue a notice for all shopkeeper
କଟକରେ କଟକଣା କୋହଳ , ନିୟମ ବୁଝି ନପାରି ହଟହଟା ଦୋକାନୀ
author img

By

Published : May 4, 2020, 6:11 PM IST

କଟକ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ବୃଦ୍ଧି କରାଯାଇଛି ଲକଡାଉନ। ଆଉ କେତେକ ଅଞ୍ଚଳକୁ ରେଡ଼ ,ଅରେଞ୍ଜ ଓ ଗ୍ରୀନ ଜୋନରେ ବିଭକ୍ତ କରାଯାଇଛି । ସିଲଭର ସିଟି ଗ୍ରୀନ ଜୋନ।ରେ ଥିବାରୁ ଅନେକ କଟକଣାକୁ ଏଠି କୋହଳ କରାଯାଇଛି । ହେଲେ ଏହି ଖବର ସାଧାରଣ ଦୋକାନୀ ପାଖରେ ମଧ୍ୟ ପହଞ୍ଚି ପାରୁ ନାହିଁ । ଯାହାକୁ ନେଇ ଅନେକ ଦୋକାନୀ ହଟହଟା ହେଉଛନ୍ତି । ଏ ହେଉଛନ୍ତି କଟକ ବିଜୁ ପଟ୍ଟନାୟକ ଛକ ଅଞ୍ଚଳର ଦିଲୀପ କୁମାର ସାହୁ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ତେଜରାତି ଦୋକାନ ଖୋଲିଥିଲେ । ହେଲେ ପାଖରେ ସିଏମସି ଲାଇସେନ୍ସ ନ ଥିବାରୁ ପୋଲିସ ତାଙ୍କୁ ନାଲିଆଖି ଦେଖାଇବା ସହିତ ଦୋକାନ ବନ୍ଦକରି ଫାଇନ କଟିଛି ।

କଟକରେ କଟକଣା କୋହଳ , ନିୟମ ବୁଝି ନପାରି ହଟହଟା ଦୋକାନୀ

ତେବେ କଟକରେ କେଉଁ ଦୋକାନ ଖୋଲା ରହିବ, ଆଉ କେଉଁ ଦୋକାନ ବନ୍ଦ ରହିବ ସେନେଇ ସିଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରିବାକୁ କହିଛନ୍ତି ସ୍ଥାନୀୟ ବାସିନ୍ଦା । ସିଏମସିର ଏଭଳି ମନମାନୀକୁ ନେଇ ଅନେକ ବ୍ୟବସାୟୀ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିବା ଖୋଦ ମହମ୍ମଦ ମୋକିମ କହିଛନ୍ତି । ତେବେ, ଏନେଇ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରିବାକୁ ବିଧାୟକ ସିଏମସିକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ କଟକ ଜିଲ୍ଲାପାଳ କହିଛନ୍ତି ଏଭଳି ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ । ପୋଲିସ,ସିଏମସି ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ତାଳ ମେଳ ରହୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହେଉଛି । ଯଦି ଏହାର ସ୍ଥାୟୀ ସମାଧାନ କରା ନ ଯାଏ ତେବେ ଅନେକ ବ୍ୟବସାୟୀଙ୍କ ବେଉସା ବୁଡିଯିବ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.