ETV Bharat / state

ମାଟ୍ରିକ ମୂଲ୍ୟାୟନରେ ବିଳମ୍ବ ,ସସପେନ୍ସରେ ଅବିଭାବକ ଓ ଟେନସନରେ ପରୀକ୍ଷାର୍ଥୀ ! - ଘୁଞ୍ଚିଚାଲିଛି ମାଟ୍ରିକ ଖାତାଦେଖା ପାଇଁ ଧାର୍ଯ୍ୟ ତାରିଖ

ବାରମ୍ବାର ଘୁଞ୍ଚିଚାଲିଛି ମାଟ୍ରିକ ଖାତାଦେଖା ପାଇଁ ଧାର୍ଯ୍ୟ ତାରିଖ । ପ୍ରଥମେ ମାର୍ଚ୍ଚ ୧୮ ରେ ଖାତାଦେଖା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କୋରୋନା ପାଇଁ ଏହାକୁ ଜୁନ ୨୦ କୁ ଘୁଞ୍ଚାଗଲା। ବର୍ତ୍ତମାନ ଏହାକୁ ଆସନ୍ତା ୨୬ ତାରିଖରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ବାରମ୍ବାର ମୂଲ୍ୟାୟନ ତାରିଖ ବଦଳିବା ପରେ ପରୀକ୍ଷାର୍ଥୀ ଆଉ ଅଭିଭାବକଙ୍କ ଚିନ୍ତା ବଢିଯାଇଛି।ସଠିକ ମୂଲ୍ୟାୟନ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାଟ୍ରିକ ମୂଲ୍ୟାୟନରେ ବିଳମ୍ବ ,ସସପେନ୍ସରେ ଅବିଭାବକ ଓ ଟେନସନରେ ପରୀକ୍ଷାର୍ଥୀ !

author img

By

Published : May 23, 2020, 2:43 PM IST

Updated : May 24, 2020, 1:26 PM IST

କଟକ: ଆସନ୍ତା ୨୬ ତାରିଖରୁ ହେବ ମାଟ୍ରିକ ମୂଲ୍ୟାୟନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୋଟିଏ ପଟେ ମୂଲ୍ୟାୟନ କୁ ନେଇ ସାମାନ୍ୟ ଆଶ୍ବସ୍ଥି ମିଳିଥିବା ବେଳେ ଅନ୍ୟପଟେ ସଠିକ ମୂଲ୍ୟାୟନ ଉପରେ ପ୍ରଶ୍ନ କରିଛନ୍ତି ପରୀକ୍ଷାର୍ଥୀ ତଥା ଅଭିଭାବକ। ଯେଉଁ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବା କଥା, ଏପର୍ଯ୍ୟନ୍ତ କିନ୍ତୁ ଖାତାଦେଖା ଆରମ୍ଭ ହୋଇନାହିଁ। ଏହାରି ଭିତରେ ବାରମ୍ବାର ଖାତାଦେଖା ତାରିଖ ବି ଘୁଞ୍ଚି ସାରିଲାଣି।

ଯଦିଓ ଆସନ୍ତା ୨୬ ତାରିଖରୁ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ, ତାହା କେବେ ଶେଷ ହେବ ତାହା କହିବା ବର୍ତ୍ତମାନ ସମୟରେ ସମ୍ଭବ ପର ନୁହେଁ। କାରଣ କୋରୋନା ପାଇଁ ଏପରି ସମସ୍ୟା ଦେଖାଦେଇଛି। ଯେପର୍ଯ୍ୟନ୍ତ ପରୀକ୍ଷା ଫଳ ପ୍ରକାଶ ନ ପାଇଛି ମୂଲ୍ୟାୟନ କୁ ନେଇ ସେତିକି ସସପେନ୍ସ ବଢି ଚାଲିଛି। ତେବେ ମୂଲ୍ୟାୟନକୁ ନେଇ ଚିନ୍ତାରେ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ।

ମାଟ୍ରିକ ମୂଲ୍ୟାୟନରେ ବିଳମ୍ବ ,ସସପେନ୍ସରେ ଅବିଭାବକ ଓ ଟେନସନରେ ପରୀକ୍ଷାର୍ଥୀ !

ଅନ୍ୟପଟେ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା କୁ ନାପସନ୍ଦ କରିଛନ୍ତି ବୋର୍ଡର ପୂର୍ବତନ ସଭାପତି ସତ୍ୟକାମ ମିଶ୍ର। କୋରୋନା ସମୟରେ ଖାତାଦେଖା ପ୍ରକ୍ରିୟା ରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ସିବିଏସଇ ଢାଞ୍ଚା ରେ ଖାତାଦେଖା କରାନଗଲେ ଚଳିତ ବର୍ଷ ମୂଲ୍ୟାୟନ ପ୍ରକ୍ରିୟା ବେଶ ପ୍ରଭାବିତ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଖାତାଦେଖା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ବି ସମସ୍ୟା ଆସିପାରେ ବୋଲି ସତର୍କ କରାଇଛନ୍ତି ବୋର୍ଡ ର ପୂର୍ବତନ ସଭାପତି। କାରଣ ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା କରାଯିବ, ସେଠାରେ ଯଦି କୋରୋନା ପଜେଟିଭ ଚିହ୍ନଟ ହୁଏ ତେବେ ଉକ୍ତ କେନ୍ଦ୍ରକୁ ସଟଡାଉନ କରାଯିବ। ଫଳରେ ମୂଲ୍ୟାୟନ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ତେବେ ସିବିଏସଇ ପରି ଶିକ୍ଷକ ମାନଙ୍କୁ ଘରକୁ ଖାତା ଦେଇ ମୂଲ୍ୟାୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ସଠିକ ଭାବରେ ଆଉ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖାତାଦେଖା ପ୍ରକ୍ରିୟା ଶେଷ ହୁଏ, ତେବେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳ ପ୍ରକାଶ କରିବାକୁ ବୋର୍ଡ ଯୋଜନା କରୁଛି।

ଫଳ ପ୍ରକାଶ ପାଇବା ପରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ସଠିକ ସମୟରେ ସାର୍ଟିଫିକଟ ଯୋଗାଇବା ବୋର୍ଡ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ସେହିପରି ପରବର୍ତ୍ତୀ ଶିକ୍ଷା ବର୍ଷ ପାଇଁ ମଧ୍ୟ ଏହା ଗୁରୁତ୍ୱର ଭାବେ ପ୍ରଭାବ ପକାଇବା ର ସମ୍ଭାବନା ରହିଛି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : May 24, 2020, 1:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.