କଟକ: ସଫଳତା ଦିଗରେ ଅଗ୍ରସର ହେଉଛି ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନ । ଏନେଇ ଅନେକ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କ ଅବଦାନ ଦେଉଛନ୍ତି । ଏହାରି ମଧ୍ୟରେ ଏହି ଅଭିଯାନକୁ ସଫଳ କରିବା ପାଇଁ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ବଢାଇଛନ୍ତି ହାତ ।
ଜିଲ୍ଲା ପ୍ରଶାସନକୁ 3 ଲକ୍ଷ ଟଙ୍କା ପ୍ରଦାନ କରି ‘ମୋ ସ୍କୁଲ’ ଅଭିଯାନରେ ଯେପରି ମିଶନ ଜିରୋ-ଏଫକୁ ବେଶି ଗୁରୁତ୍ବ ଦିଆଯିବ, ସେ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ଦେବାଶିଷ । ତେବେ ରାଜ୍ୟ ସରକାରଙ୍କ ଏହି ଦିଗ ପ୍ରତି ଯେତେ ଅଧିକ ପାଣ୍ଠି ସଂଗ୍ରହ ହେବ, ତାହା ଦ୍ବାରା ରାଜ୍ୟରେ ‘ମୋ ସ୍କୁଲ’ ଅଭିଯାନ ସଫଳ ହେବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ