ETV Bharat / state

'ଫନି'କୁ ନେଇ ପ୍ରଶାସନ ପ୍ରସ୍ତୁତ, ପରିବା ଚାଷୀ ଆତଙ୍କିତ - district

ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ବାତ୍ୟା 'ଫନି'ର ପ୍ରଭାବ ଗୁରୁବାର ସକାଳୁ ଦେଖିବାକୁ ମିଳିଛି । ଅପରାହ୍ନ ପର୍ଯ୍ୟନ୍ତ ମେଘୁଆ ରହିବା ପରେ ଅଧିକାଂଶ ସ୍ଥାନରେ ଝିପଝିପ ବର୍ଷା ହୋଇଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟାକୁ  ନେଇ ସାଧାରଣରେ ଆଶା ଆଶଙ୍କା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 2, 2019, 11:55 PM IST

ବୌଦ୍ଧ: ପୁରୀ ଆଡ଼କୁ ଦ୍ରୁତ ଗତିରେ ମାଡି ଆସୁଛି ବାତ୍ୟା 'ଫନି'। ସୂଚନା ଅନୁସାରେ ଶୁକ୍ରବାର ସକାଳ ୮ରୁ ୧୦ଟା ସୁଦ୍ଧା ପୁରୀ ଉପକୂଳ ଛୁଇଁବ ଏହି ଭୟଙ୍କର ସାମୁଦ୍ରିକ ଝଡ । କିନ୍ତୁ 'ଫନି'ର ପ୍ରଭାବ ଏବେ ଠାରୁ ରାଜ୍ୟର ଅଧା ଜିଲ୍ଲାରେ ଦେଖିବାକୁ ମିଳିଲାଣି । 'ଫନି' ପ୍ରଭାବରେ ଆରମ୍ଭ ହେଲା ବର୍ଷା । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ବାତ୍ୟା 'ଫନି'ର ପ୍ରଭାବ ଗୁରୁବାର ସକାଳୁ ଦେଖିବାକୁ ମିଳିଛି । ଅପରାହ୍ନ ପର୍ଯ୍ୟନ୍ତ ମେଘୁଆ ରହିବା ପରେ ଅଧିକାଂଶ ସ୍ଥାନରେ ଝିପଝିପ ବର୍ଷା ହୋଇଥିବା ଜଣାପଡିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସାଧାରଣରେ ଆଶା ଆଶଙ୍କା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ଚୂଡାନ୍ତ କରାଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜଣେ ସରକାରୀ ଅଧିକାରୀ ବାତ୍ୟା ସମୟରେ ସଜାଗ ରହିବା ସହ ତିନୋଟି ବ୍ଲକ ନିମନ୍ତେ ତିନି ଜଣ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିଶେଷ ଭାବେ ତଳିଆ ଅଞ୍ଚଳ ଓ ମାଟି ଘରେ ବାସ କରୁଥିବା ଲୋକଙ୍କୁ ଉପଯୁକ୍ତ ସ୍ଥାନକୁ କିପରି ସ୍ଥାନାନ୍ତର କରାଯାଇ କୌଣସି ଧନଜୀବନ କ୍ଷୟ କ୍ଷତି ନହେବ ତାଉପରେ ଗୁରୁତ୍ବ ଦିଆଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ଯାନ୍ତ୍ରିକ ସରଞ୍ଜାମ ସହ କର୍ମଚାରୀ ପ୍ରସ୍ତୁତ ଥିବା ଜଣାପଡିଛି ।

'ଫନି' ଯୋଗୁଁ ଅତି ମାତ୍ରାରେ ପବନ ସହ ବର୍ଷା ହେବା କଥା ଶୁଣିଲା ପରେ ଜିଲ୍ଲାର ପନିପରିବା ଚାଷୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବିଶେଷ କରି ଅଦିନିଆ ବର୍ଷା ଫଳରେ ପରିବା ଉଜୁଡି ଯିବାର ଭୟ ଘାରିଛି । ୟେଲୋ ଜୋନ୍‌ରେ ଆସୁଛି ବୌଦ୍ଧ । ସେଥିପାଇଁ ବୌଦ୍ଧରେ 'ଫନି'ର ପ୍ରଭାବ ଅତ୍ୟଧିକ ରହିବ ବୋଲି ସୂଚନା ରହିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.