ETV Bharat / state

ମାତିଛନ୍ତି ସାଇବର ଲୁଟେରା, ଲିଙ୍କ ଉପରେ କ୍ଲିକ୍ କଲେ କଟି ଗଲା ଟଙ୍କା - ମାତିଛନ୍ତି ସାଇବର ଲୁଟେରା

କଟକରେ ମାତିଛନ୍ତି ସାଇବର ଲୁଟେରା । ହୋମ୍ ଡେଲିଭରି ଆଳରେ ଲିଙ୍କ ମାଧ୍ୟମରେ ଲୁଟୁଛନ୍ତି ଟଙ୍କା । ଅଧିକ ପଢନ୍ତୁ

ମାତିଛନ୍ତି ସାଇବର ଲୁଟେରା, ଲିଙ୍କ ଉପରେ କ୍ଲିକ୍ କଲେ କଟି ଗଲା ଟଙ୍କା

author img

By

Published : Dec 9, 2022, 10:30 PM IST

କଟକ: କଟକରେ ମାତିଛନ୍ତି ସାଇବର ଲୁଟେରା । ହୋମ୍ ଡେଲିଭରି ଆଳରେ ଲିଙ୍କ ମାଧ୍ୟମରେ ଲୁଟୁଛନ୍ତି ଟଙ୍କା । କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏନେଇ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି ।

ମାତିଛନ୍ତି ସାଇବର ଲୁଟେରା, ଲିଙ୍କ ଉପରେ କ୍ଲିକ୍ କଲେ କଟି ଗଲା ଟଙ୍କା

ପୋଲିସ ସୂଚନା ମୁତାବକ ଚାଉଳିଆଗଞ୍ଜ ଥାନା ଅଞ୍ଚଳର ଜଣେ ଯୁବତୀ, ଫ୍ଲିପ କାର୍ଟରେ କିଛି ସାମଗ୍ରୀ ମଗାଇଥିଲେ । ମାତ୍ର ଉକ୍ତ ଯୁବତୀ ଜଣକ ଘରେ ଅନୁପସ୍ଥିତ ଥିବା ବେଳେ ଏକ ପାର୍ସଲ ଆସିଥିଲା । ଉକ୍ତ ପାର୍ସଲଟିକୁ ପରିବାର ଲୋକ ୪ ଶହ ଟଙ୍କା ଦେଇ ରଖିଥିଲେ । ତେବେ କିଛି ସମୟ ପରେ ଉକ୍ତ ପାର୍ସଲରୁ ଖରାପ କପଡ଼ା ବାହାରିଥିଲା । ଯାହା ଅର୍ଡର କରାଯାଇଥିଲା ତାହା ବାହାରି ନଥିଲା । ଏହା ଜାଣି ଉକ୍ତ ଡେଲିଭରି ବ୍ୟକ୍ତିଙ୍କୁ ଯୋଗାଯୋଗ କରି ଏନେଇ ଅଭିଯୋଗ କରିଥିଲେ ।

ତେବେ ଡେଲିଭରି ବ୍ୟକ୍ତି, ନେଇଥିବା ୪ ଶହ ଟଙ୍କାକୁ ଫୋନପେ ମାଧ୍ୟମରେ ଫେରସ୍ତ କରିବାକୁ କହିଥିଲେ । ତେବେ ଯୁବତୀଙ୍କ ଘରେ କାହାର ଫୋନପେ ନଥିବାରୁ ବାଧ୍ୟ ହୋଇ ନିଜ ପଡ଼ୋଶୀଙ୍କ ଫୋନପେ ନମ୍ବର ଦେଇଥିଲେ । ତେବେ ଡେଲିଭରି ବ୍ୟକ୍ତି ଜଣକ, ଉକ୍ତ ନମ୍ବରରେ ଏକ ଲିଙ୍କ ପଠାଇଥିଲେ । ଏହି ଲିଙ୍କକୁ ଖୋଲିଲେ ୪ ଶହ ଟଙ୍କା ଫେରସ୍ତ ହୋଇଯିବ ବୋଲି କହିଥିଲେ । ପଡ଼ୋଶୀ ଜଣକ ଲିଙ୍କ ଖୋଲିବା ପରେ ତାଙ୍କ ଆକାଉଣ୍ଟରୁ 19 ହଜାର ଟଙ୍କା କଟି ଯାଇଥିଲା ।

ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଥିଲେ ଯୁବତୀ ଜଣକ । ତେବେ ଏଥିପ୍ରତି ଯଥେଷ୍ଟ ସତର୍କତା ରହିବାକୁ ଅତିରିକ୍ତ ଡିସିପି କହିଛନ୍ତି । ଅଜଣା ଲିଙ୍କ ନଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ଅପରାଧି ମାନେ ଘର ଘର ବୁଲି ଏପରି ଅପରାଧ ଘଟାଇବା ପ୍ରଥମ ଥର ପାଇଁ ନଜରକୁ ଆସିଥିବା ଅତିରିକ୍ତ ଡିସିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.