ETV Bharat / state

ସଦର ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

author img

By

Published : Jun 2, 2021, 9:28 PM IST

ଲୋକଙ୍କ ଘରେ କଳାକନା ବୁଲାଉଥିବା ଲୁଟେରା ଗ୍ୟାଙ୍ଗକୁ ଧରିଲା କଟକ ସଦର ପୋଲିସ । ଚୋରି ସାମଗ୍ରୀ ଜବତ ସହ ଉଭୟଙ୍କୁ କଲା କୋର୍ଟ ଚାଲାଣ । ଅଧିକ ପଢ଼ନ୍ତୁ...

cuttack Sadar police, police arrested robbers gang, ସଦର ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, କଟକ ସଦର ପୋଲିସ, Cuttack news
ସଦର ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

କଟକ: ସଦର ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ । ଉଭୟ ମାଷ୍ଟର ମାଇଣ୍ଡ ଲିପୁନ ଓ ଲିଙ୍ଗୁକୁ ଚୋରି ମାମଲାରେ ଗିରଫ କରିଛି ପୋଲିସ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ ସଦର ଅଞ୍ଚଳରେ ରହୁଥିବା ବିରଞ୍ଚି ସାମଲଙ୍କ ଘରୁ କଳା କନା ବୁଲାଇଥିଲେ ଏହି ଦୁଇ ଲୁଟେରା । ଚୋରିର ପ୍ରଣାଳୀ ଏପରି ଥିଲା ଯେ କେହି ତାର ଟେର ପାଇନଥିଲେ । ଆଖି ପିଛୁଳାକେ ଘରୁ ନଗଦ ଟଙ୍କା, ଲ୍ୟାପଟପ ଆଦି ଚୋରି କରିଥିଲେ ଉଭୟେ । ତେବେ ଚୋରି କରିବା ପରେ ଭୁବନେଶ୍ବର ଖସି ପଳାଇବାରେ ସଫଳ ହୋଇଥିଲେ ଲିପୁନ ଓ ଲିଙ୍ଗୁ ।

ଏନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ ହେଲା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ସମସ୍ତ ଛାନଭିନ ପରେ ଉଭୟଙ୍କୁ ଭୁବନେଶ୍ବରର ଶାନ୍ତିପଲି ବସ୍ତି ଅଞ୍ଚଳରୁ ଗିରଫ କରିଥିଲା ପୋଲିସ । ତେବେ ଗିରଫ ସମୟରେ ଚୋରି ସାମଗ୍ରୀ ଜବତ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.