ETV Bharat / state

ପୋଲିସ ହାତରେ ନକଲି ତେଲ କାରଖାନା , 30 ହଜାର ଲିଟର ତେଲ ଜବତ - fake oil factory

କଟକ ସଦର ଥାନା ପୋଲିସ ହାତରେ ନକଲି ତେଲ କାରଖାନା। ଯେଉଁଠୁ 30 ହଜାରରୁ ଅଧିକ ନକଲି ତେଲ ଜବତ କରାଯାଇଛି। ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ:ସମ୍ବାଦଦାତା କଟକ
author img

By

Published : Aug 28, 2019, 1:38 PM IST

କଟକ: କେତେ ବିଶୁଦ୍ଧ ଆପଣଙ୍କ ଖାଇବା ତେଲ ! ଏ ବିଷୟରେ ଆପଣମାନେ କେବେ ଭାବି ନଥିବେ । ତେଲର ବ୍ରାଣ୍ତ ଦେଖି ଆମେମାନେ ସାଧାରଣତଃ ତେଲ କ୍ରୟ କରିଥାଉ। କିନ୍ତୁ ଅନେକ ସମୟରେ ଏଥିରେ ଅପମିଶ୍ରଣ କରାଯାଉଥିବା ନଜର ଆସିଛି। ଯାହାକୁ ବ୍ୟବହାର କରି ଖାଉଟି ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟାର ସାମ୍ନା କରିଥାଏ। ବର୍ତ୍ତମାନ ସମୟରେ ସେହିପରି ଏକ ନକଲି ତେଲ କାରଖାନା କଟକରୁ ଠାବ କରାଯାଇଛି।

ଭିଡିଓ ସୌଜନ୍ୟ:ସମ୍ବାଦଦାତା କଟକ

ସୂଚନା ଅନୁସାରେ, ଆରଆରବି, ବିଜୟା, ବେଗମ ଲେଖାଥିବା ନକଲି ତେଲ ପ୍ୟାକେଟକୁ ମାର୍କେଟ ବିକ୍ରି କରାଯାଉଛି। ତେବେ ଏହି ନକଲି କରାଖାନାରେ କେବଳ ରିଫାଇନ ତେଲ ନୁହେଁ, ସୋରିଷ ତେଲ , ଡାଲଡା ଘିଅ ପରି ବିଭିନ୍ନ ଭେରାଇଟର ତେଲ ପ୍ରସ୍ତୁତ କରାଯାଉଛି।ଏହି ସମସ୍ତ ନକଲି ତେଲକୁ ବାହାରକୁ ମଧ୍ୟ ସପ୍ଲାଏ କରାଯାଉଛି। କୋଲକାତାର ହଳଦିଆରୁ ତେଲ ଆସୁଥିବା ସମୟରେ ଏହା ପୋଲିସ ହାତରେ ପଡିଛି। ଯାହା ବର୍ତ୍ତମାନ ଏତେ ବଡ ନକଲି ତେଲ କାରବାରର ପର୍ଦ୍ଧାଫାଶ କରିଛି। ଏହାର ଭିଜୁଆଲ ଏବେ ଇଟିଭି ଭାରତ ହାତରେ ଲାଗିଛି।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସଦର ଥାନା ପୋଲିସକୁ ଆମ ଟିମ ପଚାରିବାରୁ ସେ ଏ ବିଷୟରେ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି। ଏବେ ସୁଦ୍ଧା ତେଲ ମାଲିକ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ଆଗାମୀ ଦିନରେ ପୋଲିସ ଏଥିପ୍ରତି କଣ ପଦକ୍ଷେପ ନେବ ତାହା ଉପରେ ସମସ୍ତଙ୍କ ନଜର।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ରୁ ଠାବ ହେଲା ନକଲି ତେଲ କାରଖାନା।30 ହଜାର ରୁ ଅଧିକ ଲିଟର ନକଲି ତେଲ ଜବତ କଲା ସଦରଥାନା ପୋଲିସ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.