ETV Bharat / state

ବିରୋଧୀ କର୍ପୋରେଟରଙ୍କ ଉପରେ ବର୍ଷିଲେ ମେୟର, କହିଲେ ପୋଖରୀ ପୋତି ପ୍ରାସାଦ କରୁଛନ୍ତି ମୋକିମ

author img

By ETV Bharat Odisha Team

Published : Nov 16, 2023, 9:09 PM IST

CMC Controversy: ସିଏମସି ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଲେ ମେୟର ସୁବାସ ସିଂ । ବିରୋଧୀମାନେ କଟକ ବିକାଶରେ ବାଧା ଦେଉଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

cuttack mayor slams mokim
ବିରୋଧୀ କର୍ପୋରେଟରଙ୍କ ଉପରେ ବର୍ଷିଲେ ମେୟର
ବିରୋଧୀ କର୍ପୋରେଟରଙ୍କ ଉପରେ ବର୍ଷିଲେ ମେୟର

କଟକ: ସିଏମସି ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଲେ ମେୟର ସୁବାସ ସିଂ । ସେ କହିଛନ୍ତି, "ବାଲିଯାତ୍ରା ଆଉ ଅଳ୍ପ ଦିନ ରହିଥିବାରୁ ସେଥିପାଇଁ ସିଏମସି ତାହାର କାମ କରୁଛି । ମାତ୍ର ବିରୋଧୀମାନେ ଅଗଣତାନ୍ତ୍ରିଙ୍କ ଭାବରେ କାଉନସିଲ ଗୃହ ଭିତରେ ଆନ୍ଦୋଳନ କରିଛନ୍ତି । ଆଉ ଯେଉଁ ଢଙ୍ଗରେ ଆନ୍ଦୋଳନ କରୁଛନ୍ତି ତାକୁ ମୁଁ ତୀବ୍ର ବିରୋଧ କରୁଛି । ସିଏମସି କାଉନସିଲ ବୈଠକ ଚାଲୁଥିବାବେଳେ, ଜଣେ ସିଏମସି ମହିଳା ଅଧିକାରୀଙ୍କୁ ବିରୋଧୀମାନେ ପ୍ରଥମେ ବାଡେଇବାକୁ ଚେଷ୍ଟା କରିଥିଲେ । ବାଲିଯାତ୍ରାକୁ ବନ୍ଦ କରିଦେବାକୁ ସେମାନେ ଚାହୁଁଛନ୍ତି । କଟକର ବିକାଶରେ ସେମାନେ ବାଧା କରୁଛନ୍ତି ।"

"ଜାଣିଶୁଣି ସେମାନେ ରାଜନୀତି କରୁଛନ୍ତି । ବିଭିନ୍ନ ରାଜନୈତିକ ଶ୍ରେଣୀର ନେତାମାନଙ୍କୁ ଡାକି ସେଠାରେ ଅଗଣତାନ୍ତ୍ରିକ ଭାବରେ ଆନ୍ଦୋଳନ କରୁଛନ୍ତି । ନ୍ୟାୟିକ ବ୍ୟବସ୍ଥା ରହିଛି । ସେମାନେ ଚାହିଁଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ହେଲେ ସେପରି ନକରି ଅଗଣତାନ୍ତ୍ରିକ ଭାବରେ କାଉନସିଲ ଗୃହ ଭିତରେ ଆନ୍ଦୋଳନ କରୁଛନ୍ତି ବିରୋଧୀ" ଏପରି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି କଟକ ମେୟର ।

ସେହିପରି ବାଲିଯାତ୍ରାରେ ଅନିୟମିତତା ପ୍ରସଙ୍ଗରେ ମଧ୍ୟ ଉତ୍ତର ରଖିଛନ୍ତି ମେୟର । ମେୟର ସୁବାସ ସିଂ କହିଛନ୍ତି, "ବାଲିଯାତ୍ରା ପରିଚାଳନା ରାଜ୍ୟ ସରକାର କରୁଛନ୍ତି । ସିଏମସିକୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ସେ କରୁଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାହାର ମନିଟରିଂ କରୁଛନ୍ତି । ଏମାନେ କଟକର ବିକାଶର ପ୍ରତିବନ୍ଧକ ।" ତେବେ ବିରୋଧୀ କର୍ପୋରେଟରମାନଙ୍କ ସହ ଆଲୋଚନାକୁ ଯିବେ ବୋଲି ମେୟର କହିଛନ୍ତି । ଅଫିସରମାନଙ୍କ ସହ ଆଲୋଚନା କରିବା ପରେ ଏନେଇ ଚିନ୍ତା କରାଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଏହା ବି ପଢନ୍ତୁ...ରାଜନୈତିକ ରୂପ ନେଲା କର୍ପୋରେଟରଙ୍କ ଧାରଣା, ଆନ୍ଦୋଳନକୁ ସମର୍ଥନ କଲେ ଉଭୟ ଦଳର ବରିଷ୍ଠ ନେତା

ଏହାସହ ସ୍ଥାନୀୟ ବିଧାୟକ ତଥା କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମଙ୍କୁ କଡା ଭାଷାରେ ଭର୍ସନା କରିଛନ୍ତି ସୁବାସ ସିଂ। ହଜାର ହଜାର କୋଟି ଟଙ୍କାର ଭ୍ରଷ୍ଟାଚାରରେ ମୋକିମ ଜଡିତ ଥିବା ମେୟର ଅଭିଯୋଗ କରିଛନ୍ତି । ତାଙ୍କର ବିଧାୟକ ପଦ କେଉଁ ପରିସ୍ଥିତିରେ ଯାଇପାରେ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି ସୁବାସ । କଟକ ମେୟର ସୁବାସ ସିଂ କହିଛନ୍ତି, "ମୋକିମ ପୋଖରୀ ପୋତି ପ୍ରାସାଦ କରୁଛନ୍ତି । କୋର୍ଟ ତାଙ୍କୁ ମଧ୍ୟ ଫାଇନ କରୁଛନ୍ତି । ସେ କ'ଣ କହିବେ ?" ସବୁଠାରୁ ବଡ଼ କଥା ହେଉଛି ବିଧାୟକ ମୋକିମଙ୍କୁ 'ମାଫିଆ' ବୋଲି କହିବାକୁ ପଛାଇ ନାହାନ୍ତି ସୁବାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.