ETV Bharat / state

ମାଲଗୋଦାମ ଡକାୟତି ଘଟଣାରେ ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

author img

By ETV Bharat Odisha Team

Published : Sep 22, 2023, 5:57 PM IST

Updated : Sep 22, 2023, 8:17 PM IST

ମାଲଗୋଦାମ ପୋଲିସକୁ ସଫଳତା । ଡକାୟତି ଘଟଣାର ପର୍ଦ୍ଦାଫାସ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସେନରେଟ୍ ପୋଲିସ । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା । ଅଧିକ ପଢନ୍ତୁ

ମାଲଗୋଦାମ ଡକାୟତି ଘଟଣାରେ ୬ ଗିରଫ,ମୁଖ୍ୟ ଅଭିଯୁକ୍ତ ଫେରାର
ମାଲଗୋଦାମ ଡକାୟତି ଘଟଣାରେ ୬ ଗିରଫ,ମୁଖ୍ୟ ଅଭିଯୁକ୍ତ ଫେରାର
ମାଲଗୋଦାମ ଡକାୟତି ଘଟଣାରେ ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

କଟକ: ମାଲଗୋଦାମ ପୋଲିସକୁ ସଫଳତା । ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସେନରେଟ୍ ପୋଲିସ । ପୋଲିସ ଅଭିଯୁକ୍ତଙ୍କ ଠାରୁ ୧ ଲକ୍ଷ ୨୩ ହଜାର ଟଙ୍କା ନଗଦ କ୍ୟାସ, ୧୨ ଗ୍ରାମର ଓଜନର ସୁନା ଅଳଙ୍କାର, ୭ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟିକୁ ଜବତ କରିଥିବା କଟକ ଡିସିପି ପ୍ରେସମିଟ୍ କରି ସୂଟନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତି ପ୍ରାୟ ୧୨ଟା ସମୟରେ ଆଦିତ୍ୟ ମହାରଣା ନାମକ ଜଣେ ସୁନା ଅଳଙ୍କାର ବ୍ୟବସାୟୀ ମାଲଗୋଦାମରୁ କଟକ କଲେଜ ଛକ ଦେଇ ଓଏମପି ଆଡକୁ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ । ୭ ଜଣ ଡକାୟତ ରେଳବାଇ ଓଭରବ୍ରିଜ ଉପରେ ଆଦିତ୍ୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ସାଢ଼େ ୭ ଲକ୍ଷ ଟଙ୍କା କ୍ୟାସ, ସେ ପିନ୍ଧିଥିବା ସୁନା ଚେନ ଓ ବାଇକ ଲୁଟ କରି ଫେରାର ହୋଇଯାଇଥିଲେ । ଏନେଇ ଲୁଟ ଶିକାର ହୋଇଥିବା ବ୍ୟକ୍ତି ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ଏନକାଉଣ୍ଟର ପରେ ଚାଲିଛି ମଙ୍ଗୁର ଚିକିତ୍ସା, ଅନେକ ଡକାୟତି ମାମଲାରେ ଥିଲା ସମ୍ପୃକ୍ତ

ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ ବିଭନ୍ନ ସ୍ଥାନରେ ଚଢାଉ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି ଡକାୟତି ଘଟଣା ମୁଖ୍ୟ ଅଭିଯୁକ୍ତ ଲୁଟ କରିଥିବା ଅଧିକାଂଶ ଟଙ୍କା ନେଇ ଫେରାର ହୋଇଯାଇଛି । ଏହା ଘଟଣାର ଲୁଟ ସୁନାକୁ କିଣିଥିବା ଏକ ସୁନା ବ୍ୟବସାୟୀକୁ ମଧ୍ୟ ଗିରଫ କରିଛି ପୋଲିସ । ଡିସିପି କହିଛନ୍ତି, 'ଏହି ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ସେ ରାଜ୍ୟ ବାହାକୁ ଚାଲିଯାଇଥିବା ଖବର ରହିଛି । ତେବେ ତାକୁ ଧରିବା ପାଇଁ ପୋଲିସର ଟିମ ଉଦ୍ୟମ ଜାରି ରହିଛି ଏବଂ ଖୁବ୍‌ ଶିଘ୍ର ମୁଖ୍ୟ ଅଭିଯୁକ୍ତ ଗିରଫ କରାଯିବ ।

ପୂର୍ବରୁ ଗତ ୬ ତାରିଖ ଦିନ କନ୍ଦରପୁର ମତଗଜପୁର ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କୁ ଗୁଳି ଚଳାଇ ଲୁଟ କରିଥିଲା ଦୁର୍ବୃତ୍ତ । ବିକାଶଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଓ ୨୫ ହଜାର ଟଙ୍କା ନଗଦ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଡକାୟତି ଘଟଣାର ପର୍ଦ୍ଦାଫାସ କରିଥିଲା କମିଶନରେଟ ପୋଲିସ । ଏହି ମାମଲା ମୁଖ୍ୟ ଅଭିଯୁକ୍ତ ମନୋଜ ମହାରଣାକୁ ପୋଲିସ ଏନ୍‌କାଉଣ୍ଟର୍‌ କରିଥିଲା । ପରେ ଡକାୟତିରେ ସମ୍ପୃକ୍ତ ଥିବା କୁଖ୍ୟାତ ଗ୍ୟାଙ୍ଗର ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଇଟିଭି ଭାରତ,କଟକ

Last Updated : Sep 22, 2023, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.