କଟକ: ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା ଉନ୍ନୟନ ,ସମନ୍ବୟ ଓ ତଦାରଖ କମିଟି (ଦିଶା)ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସାଂସଦ ଓ ବିଧାୟକ ଯୋଗଦେଇଛନ୍ତି।
କଟକ ଜିଲ୍ଲାର କେଉଁ ଅଞ୍ଚଳରେ କେଉଁ କ୍ଷେତ୍ରରେ ବିକାଶ ଆଵଶ୍ୟକତା ଅଛି ତାକୁ ନେଇ ବୈଠକରେ ଆଲୋଚନା କରାଯାଇଛି। ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଠିକ ପ୍ରୟୋଗ ହେଉଛି ନା ନାହିଁ ବିଭାଗୀୟ ଅଧିକାରୀଙ୍କ ସହ ଲୋକପ୍ରତିନିଧିମାନେ ଆଲୋଚନା କରିଛନ୍ତି । ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା , ଚାଷୀ ମାନଙ୍କୁ ଫସଲ ବୀମା ଯୋଗାଇବା ,ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନା ସମ୍ପର୍କରେ ହୋଇଥିଲା ରୁଦ୍ଧଦ୍ବାର ବୈଠକ । ସାଂସଦ ଓ ଜିଲ୍ଲାପାଳ ଯୋଜନା କେତେ ମାତ୍ରାରେ ସଫଳ ରୂପାୟନ ହୋଇଛି କଟକ ଜିଲ୍ଲାରେ ତାହାର ଟିକିନିଖି କଥା ବୁଝିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ