କଟକ: ଦିନକୁ ଦିନ ଦେଶରେ କୋଭିଡ ସ୍ଥିତି ଅଣାୟତ । ଏମିତିକି ଅନେକ ରାଜ୍ୟରେ ମଧ୍ୟ ସ୍ଥିତି ସଙ୍ଗିନୀ । ଏହାରି ଭିତରେ ଓଡିଶାର 10 ଜିଲ୍ଲାରେ ନାଇଟ କର୍ଫ୍ୟୁ ମଧ୍ୟ ଘୋଷଣା ହୋଇଛି ।
ତେବେ କଟକ କଥା କହିବା ତେବେ ସ୍ଥିତି ସମ୍ପୂର୍ଣ ଆୟତ୍ତରେ ରହିଛି । ଯେତିକି ପଜିଟିଭ ମାମଲା ସମ୍ମନାକୁ ଆସୁଛି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ବେଶୀ ଗୁରୁତ୍ୱ ଦେଉଛି କଟକ ମହାନଗର ନିଗମ ।
ଜଣେ ପଜିଟିଭର ପାଖାପାଖି 30 ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉଛି । ତେଣୁ ସିଏମସି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ କୋଭିଡ କଣ୍ଟ୍ରୋଲ କରିବା ପାଇଁ ଜାରି ରହିଛି ଉଦ୍ୟମ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ