ETV Bharat / state

ଡିସିପି ସହରର ଭାଇଚାରା ଭଙ୍ଗ କରୁଛନ୍ତି: କଟକ କଂଗ୍ରେସ

ଆସୁଛନ୍ତି ମା’ । ମାଙ୍କ ଆଗମନ ପାଇଁ ପ୍ରସ୍ତୁତ ହେଉଛି କଟକ ସହର । ହେଲେ ତା ପୂର୍ବରୁ ପ୍ରସ୍ତୁତି ବୈଠକକୁ ନେଇ ଦେଖାଦେଇଛି ବିବାଦ । ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକଙ୍କୁ ନ ଡାକିବା ନେଇ ଡିସିପିଙ୍କୁ ଟାର୍ଗେଟ କରିଛି କଟକ କଂଗ୍ରେସ ।

author img

By

Published : Sep 14, 2019, 8:23 PM IST

Updated : Sep 14, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସୁଛି ପାର୍ବଣ ଋତୁ । ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଓହ୍ଲାଇବେ ଜଗତ ଜନନୀ ମା ଦୁର୍ଗା । ପାର୍ବଣକୁ ନେଇ ଉଠିବ ପଡିବ ଐତିହ୍ୟ ନଗରୀ ଭାଇଚାରାର ସହର କଟକ । ଦୁର୍ଗାପୂଜାରେ କଟକରେ ଲାଗି ରହେ ଅସମ୍ଭବ ଭିଡ । ମାଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରନ୍ତି । ଏଥିପାଇଁ ପୂଜା ପୂର୍ବରୁ ସମସ୍ତ ସଂପ୍ରଦାୟ, ବିଭିନ୍ନ ରାଜନୈତିକ ଦଳ ବୁଦ୍ଧିଜୀବୀ, ସମାଜସେବୀଙ୍କୁ ନେଇ ପୋଲିସ କରେ ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ମଧ୍ୟ ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କିନ୍ତୁ ବିଡମ୍ବନା ଏହି ପ୍ରସ୍ତୁତି ବୈଠକରେ ରାଜ୍ୟର ଏକମାତ୍ର ସଂଖ୍ୟାଲଘୁ ବିଧାୟକ ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମଙ୍କୁ ଏହି ବୈଠକକୁ ଡକାଯାଇନଥିଲା । ଯାହାକୁ ନେଇ କଂଗ୍ରେସରେ ଦେଖାଦେଇଛି ଅସନ୍ତୋଷ । ଆଜି ଏହି ପ୍ରସଙ୍ଗରେ ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ କଟକ ଡିସିପିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ଏହାସହ ଅଭିଯୋଗ କରିଛନ୍ତି ଡିସିପି କଟକ ସହରର ଭାଇଚାରା ଭଙ୍ଗ କରୁଛନ୍ତି । ଏହି ଅଭିଯୋଗ ଆଣି ଡିସିପି ଅଖିଳେଶ୍ବର ସିଂଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ଇସ୍ତାଫା ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ରେ ସ୍ଥାନୀୟ ବିଧାୟକ ଙ୍କୁ ପୋଲିସ ନିମନ୍ତ୍ରଣ ନ କରିବା ପ୍ରସଙ୍ଗରେ ତେଜିଲା ଆନ୍ଦୋଳନ।ଘଟଣାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ସହରର ଅନେକ ସ୍ଥାନରେ ବିକ୍ଷୋବ ପ୍ରଦର୍ଶନ କରିଛି।ଯୁବ , ମହିଳା ଓ କଂଗ୍ରେସ କର୍ମୀ ମାନେ ପୋଲିସ ର ଏଭଳି ନିଷ୍ପତି କୁ ବିରୋଧ କରି ଆଜି ରାଜ ରାସ୍ଥା କୁ ଓଲ୍ହାଇଛି।କଟକ ଡିସିପି ଙ୍କ ଇସ୍ତଫା ଦାବି କରିବା ସହ କୁଶପୁତଳିକା ମଧ୍ୟ ଦାହ କରାଜାଯାଇଛି।କମିଶନରେଟ ପୋଲିସ ସହରରେ ଭାଇଚାର ଭଙ୍ଗ କରିଥିବା ଅଭିଯୋଗ କରିଛି କଂଗ୍ରେସ।କେବଳ ସେତିକି ନୁହେଁ , ଶାସକ ଦଳ ଦ୍ୱାରା ପରିଚାଳିତ ହୋଇ ଡିସିପି ଜଣେ ବିଧାୟକ ଙ୍କୁ ଅପମାନିତ କରିଥିବା କଂଗ୍ରେସ ଦାବି କରିଛି।

ବାଇଟ - ଅମିର୍ରତା ଦାଶ, ମହିଳା କଂଗ୍ରେସ ନେତ୍ରୀ।
ବାଇଟ - ପ୍ରଦୀପ ପ୍ରଧାନ,କଂଗ୍ରେସ ନେତା।

Body:no need

Conclusion:no need
Last Updated : Sep 14, 2019, 11:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.