ETV Bharat / state

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କଟକ ଜିଲ୍ଲାପାଳ, ଆଗମୀ ଦିନରେ କଟକ ଇନ କଟକର ବୃଦ୍ଧି ପାଇବ ଶୋଭା

author img

By

Published : Nov 16, 2022, 6:04 PM IST

Updated : Nov 17, 2022, 2:42 PM IST

ଜି-20 ସମିଟିରେ କଟକ ବାଲିଯାତ୍ରାର ସ୍ବତନ୍ତ୍ରତାକୁ ବିଶ୍ବସ୍ତରରେ ପ୍ରଶଂସା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ କଟକ ଜିଲ୍ଲାପାଳ

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଇଣ୍ଡୋନେସିଆ ବାଲିରେ ଜି-20 ସମିଟିରେ କଟକ ବାଲିଯାତ୍ରାର ସ୍ବତନ୍ତ୍ରତାକୁ ବିଶ୍ବ ସ୍ତରରେ ପ୍ରଶଂସା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କଟକ ଜିଲ୍ଲାପାଳ ।

ହଜାର ବର୍ଷର ସହର ନୌବାଣିଜ୍ୟ ମାଧ୍ୟମରେ କଟକ ମାଟିରୁ ସାଧବ ପୁଅ ମାନେ ଜାଭା ସୁମାତ୍ରା ଓ ବାଲି ଆଦି ସ୍ଥାନକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ଯାହା ବର୍ତ୍ତମାନ ସମୟରେ ଏକ ସ୍ୱତନ୍ତ୍ର ଯାତ୍ରା ର ଶୋଭା ମଣ୍ଡନ କରୁଛି । ଯାହା ଏବେ ବାଲିଯାତ୍ରା ନାମରେ ପରିଚିତ । ତେବେ ଏହି ବାଲିଯାତ୍ରାକୁ ଆଗାମୀ ଦିନରେ ମଧ୍ୟ ସେହି ଆଡମ୍ବରପୂର୍ଣ୍ଣ ରଖିବାକୁ ହେଲେ ସମାଜ ଓ ପ୍ରଶାସନର ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ । ଏଥିସହ ବିଶେଷ କରି ଚଳିତବର୍ଷ ବାଲିଯାତ୍ରାରେ ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟି ଥିବା କଟକ ଇନ କଟକର ସ୍ୱତନ୍ତ୍ରତା ଏବଂ ଶୋଭାକୁ କିପରି ଆଗମୀ ଦିନ ମାନଙ୍କରେ ଦ୍ବିଗୁଣିତ କରାଯାଇ ପାରିବ ସେନେଇ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ତେବେ ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, "କଟକ ବାଲିଯାତ୍ରା ଏବଂ କଟକ ବିଷୟରେ ଜି-20 ସମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ । ଯାହା କଟକ ବାଲିଯାତ୍ରାର ସ୍ବତନ୍ତ୍ରତାକୁ ବିଶ୍ବ ସ୍ତରରେ ପହଞ୍ଚାଇଛନ୍ତି ।"

ଇଟିଭି ଭାରତ, କଟକ

Last Updated : Nov 17, 2022, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.